ନେତାନ୍ୟାହୁଙ୍କ ଘର ଉପରକୁ ବୋମା ମାଡ଼

ଇସ୍ରାଏଲର ଉତ୍ତର ସହର ସିଜେରିଆରେ ଥିବା  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଶନିବାର ଦୁଇଟି ବୋମା ମାଡ଼ ହୋଇଥିଲା ଏବଂ ଏହା ଏକ ବଗିଚାରେ ବିସ୍ଫୋରଣ ହୋଇଛି।

netanyahu

ତେଲ୍‌ ଅବିବ୍‌: ଇସ୍ରାଏଲର ଉତ୍ତର ସହର ସିଜେରିଆରେ ଥିବା  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଶନିବାର ଦୁଇଟି ବୋମା ମାଡ଼ ହୋଇଥିଲା ଏବଂ ଏହା ଏକ ବଗିଚାରେ ବିସ୍ଫୋରଣ ହୋଇଛି।  ଏହି ବୋମାମାଡ଼ ସମୟରେ ନେତନ୍ୟାହୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ ଏବଂ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା  ମଧ୍ୟ ଏକ ବିବୃତିରେ କୁହାଯାଇଛି।  

ସୂଚନାଯୋଗ୍ୟ, ସିଜେରିଆ ସହରରେ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ଉପରେ ଗତ ଅକ୍ଟୋବର ମାସରେ  ମଧ୍ୟ ହେଜବୁଲ୍ଲା ଡ୍ରୋନ୍ ଆକ୍ରମଣ  କରିଥିଲା।  ଆଜି ବୋମା ଆକ୍ରମଣ ପରେ ଇସ୍ରାଏଲ ପୁଲିସ ଓ ଗୁଇନ୍ଦା ବିଭାଗ ମିଳିତ ତଦନ୍ତ କରୁଛି।  ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ କହିଛନ୍ତି , ଆତଙ୍କବାଦୀମାନେ ସମସ୍ତ ସୀମା ଅତିକ୍ରମ କରିଛନ୍ତି  ଏବଂ ଇସ୍ରାଏଲ ଏହାର ଯଥୋଚିତ ଜବାବ ଦେବ। ସୁରକ୍ଷା ଓ ନ୍ୟାୟିକ ଏଜେନ୍ସିମାନେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।  ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଏକ୍ସରେ ଏକ ପୋଷ୍ଟ କରି ଏହି ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe