ସୁପ୍ରିମ୍‌ କୋର୍ଟରେ ବୋମା ଆତଙ୍କ

Advertisment
ସାତ ଦିନ ମଧ୍ୟରେ ସାଧାରଣ ଗମନାଗମନ ନୀତି ସ୍ଥିର କରିବାକୁ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣାକୁ ଆଦେଶ ଦେଲେ ସୁପ୍ରିମ୍ କୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟରେ ଆଜି ମଧ୍ୟାହ୍ନରେ ବୋମା ଆତଙ୍କ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ସୁପ୍ରିମ୍‌ କୋର୍ଟର ଜନୈକ ବିଚାରପତିଙ୍କ ଚ୍ୟାମ୍ବର ବାହାରେ ଏକ ଦାବୀଦାର ବିହୀନ ପରିତ୍ୟକ୍ତ ବ୍ୟାଗ୍‌କୁ ସୁରକ୍ଷା କର୍ମୀମାନେ ଠାବ କରିଥିଲେ। ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏହି ବ୍ୟାଗ୍‌ ମଧ୍ୟରୁ ଏକ ବିଚିତ୍ର ଶବ୍ଦ ବାହାରୁଥିଲା। ତେଣୁ, ବ୍ୟାଗ୍‌ ମଧ୍ୟରେ ବୋମା ରହିଥିବା ସୁରକ୍ଷା କର୍ମୀମାନେ ସନ୍ଦେହ କରିଥିଲେ। ଏହି ଘଟଣା ପ୍ରଚାରିତ ହୋଇଯିବା ମାତ୍ରେ ସୁପ୍ରିମ୍‌ କୋର୍ଟ ପରିସରରେ ଏକ ଭୟର ବାତାବରଣ ସୃଷ୍ଟି ହେବା ସହ ଧାଁ ଦଉଡ଼ ଆରମ୍ଭ ହୋଇ ଯାଇଥିଲା।

ପରେ ସୁରକ୍ଷା କର୍ମୀମାନେ କୋର୍ଟ ନମ୍ବର ୪ ସମ୍ମୁଖରେ ଥିବା ସ୍ଥାନରୁ ସମସ୍ତଙ୍କୁ ଖାଲି କରିଦେବା ସହ ସେଠାକୁ ଅତ୍ୟନ୍ତ ସାବଧାନତା ସହକାରେ ବ୍ୟାଗଟିକୁ ନେଇ ଯାଇଥିଲେ। ପରେ ବ୍ୟାଗ୍‌ଟିର ଯାଞ୍ଚ କରାଯିବା ପରେ ବ୍ୟାଗ୍‌ ମଧ୍ୟରୁ ଏକ ପାଓ୍ଵାର ବ୍ୟାଙ୍କ୍‌ ସହ ବ୍ୟାଟେରି ଚାର୍ଜରକୁ ବାହାର କରା ଯାଇଥିଲା, ଯାହା ଭିତରୁ ଏହି ବିଚିତ୍ର ଶବ୍ଦ ବାହାରୁ ଥିଲା। ଏହି ପରିତ୍ୟକ୍ତ ବ୍ୟାଗ୍‌ ଓ ତା’ ମଧ୍ୟରୁ ବାହାରି ଥିବା ସାମଗ୍ରୀ ସବୁକୁ ସୁପ୍ରିମ୍‌ କୋର୍ଟର କଣ୍ଟ୍ରୋଲ ରୁମ୍‌ରେ ରଖାଯିବା ସହ ଏହି ବ୍ୟାଗ୍‌ଟି ସେଠାକୁ କିପରି ଆସିଲା, ସେ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତକାଲି (ଗୁରୁବାର) ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ଅଦାଲତରେ ଏକ ବୋମା ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ତିନିଜଣ ଆଇନଜୀବୀ ଗୁରୁତର ଭାବେ ଆହତ ହୋଇଥିଲେ। ତେଣୁ, ଗତକାଲିର ଘଟଣା ପରେ ଆଜି ସୁପ୍ରିମ୍‌ କୋର୍ଟ ପରିସର ମଧ୍ୟରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏହି ବ୍ୟାଗ୍‌ ମଧ୍ୟରୁ ଏକ ବିଚିତ୍ର ଶବ୍ଦ ବାହାରିବା ଘଟଣା କୋର୍ଟ ପରିସର ମଧ୍ୟରେ ବୋମା ଆତଙ୍କ ସୃଷ୍ଟି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe