Bomb terror attack : ଦିଲ୍ଲୀ ଆଇଜିଆଇ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ରେ ବୋମା ଆତଙ୍କ

ଦିଲ୍ଲୀ ପୁଲିସ ବୁଧବାର କହିଛି ଯେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ବୋମା ଥିବା ନେଇ ଅଗ୍ନିଶମ ବାହିନୀକୁ ଏକ କଲ୍‌ ଆସିଥିଲା। ବାରାଣସୀ ଅଭିମୁଖେ....

ଅଦ୍ୟତନ ହୋଇଛି
Untitled-2

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ବୁଧବାର କହିଛି ଯେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ବୋମା ଥିବା ନେଇ ଅଗ୍ନିଶମ ବାହିନୀକୁ ଏକ କଲ୍‌ ଆସିଥିଲା। ବାରାଣସୀ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନରେ ମଧ୍ୟ ବୋମା ଥିବା ନେଇ ଧମକ ମିଳିଥିଲା।  ଦିଲ୍ଲୀ ପୁଲିସ ଅନୁଯାୟୀ ପୂର୍ବାହ୍ନ ୪ଟାରେ ଏନେଇ କଲ୍‌ ଆସିଥିଲା। କିନ୍ତୁ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏହା ଏକ ମିଥ୍ୟା କଲ୍‌ ଥିଲା ବୋଲି ଜଣାପଡ଼ିଛି।  

ମିଳିଥିବା ସୂଚନାନୁଯାୟୀ ଇଣ୍ଡିଗୋ ଏୟାରଲାଇନ୍ସର ଗ୍ରିଭାନ୍ସ ପୋର୍ଟାଲ୍‌କୁ ଏକ ଇମେଲ୍‌ ଆସିଥିଲା। ଇମେଲରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ ଏବଂ ଥିରୁଅନନ୍ତପୁରମ ପରି ୫ଟି ବିମାନବନ୍ଦରରେ ସୁରକ୍ଷା ସଙ୍କଟ ଥିବା ଦର୍ଶାଯାଇଥିଲା।   ସମସ୍ତ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି ଏବଂ  ସମସ୍ତ ସୁରକ୍ଷା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।  ଉଲ୍ଲେଖଯୋଗ୍ୟ,  ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନକୁ ଧମକ ମିଳିବାପରେ ତୁରନ୍ତ ସରକାରୀ ନିଯୁକ୍ତ ବୋମା ଧମକ ଆକଳନ କମିଟିକୁ ସତର୍କ କରାଯାଇଥିଲା।  ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ମୁଖପାତ୍ର ଏନେଇ ଏକ ବିବୃତି ଜାରି କରି କହିଛନ୍ତି ଯେ ବାରାଣସୀରୁ ଉଡ଼ାଣ କରୁଥିବା ଆମର ଏକ ବିମାନକୁ ବୋମା ଧମକ ମିଳିବାପରେ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବିମାନ ସୁରକ୍ଷିତ ଭାବେ ଅବତରଣ କରାଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ 
ଭାବେ ଖାଲି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe