ମୋହାଲି: ବୁଧବାର ଚଣ୍ଡିଗଡ଼ ଓ ମୋହାଲିରେ ୧୦ଟି ସ୍କୁଲକୁ ବୋମା ଧମକ ମିଳିଛି। ଧମକପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଅଭିଯାନ ଆରମ୍ଭ କରିଛି, ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ହୋଇଛନ୍ତି। କ୍ଲାସ୍ ବାତିଲ କରାଯିବା ସହ ସମସ୍ତ ପିଲାଙ୍କୁ ଘରକୁ ପଠାଇଦିଆଯାଇଛି।

Advertisment

ସ୍କୁଲ ଖୋଲିବା ପରେ ପ୍ରଶାସନକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା

ରିପୋର୍ଟ ଅନୁଯାୟୀ, ବୁଧବାର ସକାଳେ ସ୍କୁଲ ଖୋଲିବା ପରେ ପ୍ରଶାସନକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଆସିଥିବା ପିଲାମାନଙ୍କୁ ଫେରାଇ ଦିଆଯାଇଥିଲା ଓ ସ୍କୁଲ ବନ୍ଦ କରିଦିଆଯାଇଥିଲା। ଅଭିଭାବକମାନଙ୍କୁ ପଠାଯାଇଥିବା ଏକ ବାର୍ତ୍ତାରେ, ସ୍କୁଲ ପକ୍ଷରୁ କୁହାଯାଇଛି କି ସୁରକ୍ଷା ସତର୍କତା ଯୋଗୁଁ ଛୁଟି ଦିଆଯାଇଛି। ଯେଉଁ ସ୍କୁଲ ବସଗୁଡ଼ିକ ପିଲାଙ୍କୁ ଧରି ସ୍କୁଲ ଅଭିମୁଖେ ବାହାରି ଆସିଲେଣି, ସେମାନଙ୍କୁ ମଧ୍ୟ ଫେରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମ ଛାତ୍ର, କର୍ମଚାରୀ ଓ ପରିବାରର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା, ତେଣୁ ସ୍କୁଲ ବନ୍ଦ ନିଷ୍ପତ୍ତି ସତର୍କତା ଓ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି। ଯାଞ୍ଚ ପ୍ରକ୍ରିୟା ପୂରା ହେବା ପରେ ପୁନର୍ବାର ବିଦ୍ୟାଳୟ ସ୍ଵାଭାବିକ୍ କରାଯିବ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି।

ସେପଟେ, ସୋସିଆଲ ମିଡିଆରେ ଏକ ଧମକପୂର୍ଣ୍ଣ ମେସେଜ୍ ଭାଇରାଲ ହେଉଛି, ଯେଉଁଥିରେ ଲେଖାଯାଇଛି, "ମୋହାଲିର ସ୍କୁଲ ଓ କଲେଜଗୁଡ଼ିକରେ ଦିନ ୧:୧୧ ମିନିଟ୍ ରେ ବୋମା ବିସ୍ଫୋରଣ ହେବ।" ଏହି ଇମେଲ୍ ରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମଧ୍ୟ ଧମକ ଦିଆଯାଇଛି। ଏଥିରେ ଫେବୃଆରୀ ୧୩ ତାରିଖରେ ସଂସଦରେ ବୋମା ବିସ୍ଫୋରଣ ହେବାର କଥା ମଧ୍ୟ ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଅନେକ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିବାର ଗୋଟିଏ ଦିନ ପରେ ଚଣ୍ଡିଗଡ଼ ଓ ମୋହାଲି ସ୍କୁଲଗୁଡ଼ିକୁ ଧମକପୂର୍ଣ୍ଣ ମେସେଜ୍ ଆସିଛି।

ଆହୁରି ପଢ଼ନ୍ତୁ: Khawaja Asif expressed his displeasure: ନିଜ ଫାଇଦା ପାଇଁ ପାକିସ୍ତାନକୁ ‘ଟଏଲଟ ପେପର୍‌’ ପରି ବ୍ୟବହାର କରି ଫିଙ୍ଗି ଦେଉଛି ଆମେରିକା: ଖ୍ବାଜା ଆସିଫ୍‌