ଗୁରୁଗ୍ରାମର ଆମ୍ବିଏନ୍ସ ମଲ୍‌ରେ ବୋମା ଧମକ: ମଲ୍‌ ଖାଲି କରାଗଲା, ଲୋକେ ଆତଙ୍କିତ

Advertisment
ଗୁରୁଗ୍ରାମର ଆମ୍ବିଏନ୍ସ ମଲ୍‌ରେ ବୋମା ଧମକ: ମଲ୍‌ ଖାଲି କରାଗଲା, ଲୋକେ ଆତଙ୍କିତ

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମର ଏକ ପ୍ରମୁଖ ସପିଂ ସ୍ଥଳ ଆମ୍ବିଏନ୍ସ ମଲ୍‌କୁ ଶନିବାର ବୋମା ଧମକ ମିଳିଛି। ପୁଲିସ ଓ ବୋମା ସ୍କ୍ୱାଡ୍ ମଲ୍‌ରେ ପହଞ୍ଚି ଲୋକଙ୍କୁ ସେଠାରୁ ବାହାର କରିବା ସହ ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ଜଣାପଡ଼ିଛି। ସହରର ଏକ ପ୍ରମଖ ସ୍ଥଳରେ ବୋମା ବିସ୍ଫୋରଣ ଧମକ ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ମଲ୍ ମ୍ୟାନେଜମେଣ୍ଟକୁ ଆଜି ଅପରାହ୍ନରେ ଇମେଲ୍ ଜରିଆରେ ଧମକ ମିଳିଥିଲା ଏବଂ ଧମକ ଦେଇଥିବା ଲୋକ ଦାବି କରିଥିଲା ଯେ ସେ ବିଲ୍ଡିଂରେ ସମସ୍ତଙ୍କୁ ମାରିବା ପାଇଁ ବୋମା ରଖିଛି। ଗୋଟିଏ ପଟେ ଏଭଳି ସୁରକ୍ଷା ଚ୍ୟାଲେଂଜ ଚିନ୍ତାର କାରଣ ପାଲଟିଥିବା ବେଳେ ଅନ୍ୟପଟେ ନୋଏଡାର ସେକ୍ଟର ୧୮ସ୍ଥିତ ଡିଏଲଏଫ୍ ମଲ୍‌ରେ ଏକ ମକ୍ ଡ୍ରିଲ୍ କରାଯାଇଥିଲା, ଯେଉଁଥିରେ ସଂପୂର୍ଣ୍ଣ ମଲ୍‌କୁ ଯୁଦ୍ଧସ୍ତରରେ ଖାଲି କରି ଯାଞ୍ଚ କରାଯାଇଥିଲା। ନୋଏଡା ଡେପୁଟି କମିସନର ରାମବଦନ ସିଂ ନିଶ୍ଚିତ କରିଛନ୍ତି ଯେ ମଲ୍‌ ସୁରକ୍ଷା ଯାଞ୍ଚ କରିବା ପାଇଁ ଏହା ଏକ ମକ୍ ଡ୍ରିଲ୍ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe