କୋଲକାତା: କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରୁ ମେଘାଳୟର ସିଲଂ ଅଭିମୁଖେ ଯିବାକୁ ଥିବା ଏକ ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ବୋମା ଥିବା ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଶନିବାର ସକାଳେ ବିମାନ ଉଡ଼ାଣ ଆରମ୍ଭ ପୂର୍ବରୁ ଜଣେ କ୍ରୁ ସଦସ୍ୟ ଏହି ଧମକପୂର୍ଣ୍ଣ ବାର୍ତ୍ତା ଥିବା ଏକ କାଗଜ ବିମାନ ଶୌଚାଳୟରୁ ପାଇଥିଲେ। ଇଣ୍ଡିଗୋ ବିମାନ ୬ଇ୩୦୪୭ ୯ଟା ୧୫ରେ ସିଲଂ ଅଭିମୁଖେ ଉଡ଼ାଣ ଭରିବାର ଥିଲା। ଯାତ୍ରୀମାନେ ବିମାନରେ ବସିବା ସମୟରେ କ୍ରୁ ସଦସ୍ୟ ଧମକପୂର୍ଣ୍ଣ ବାର୍ତ୍ତା ଥିବା କାଗଜ ପାଇଥିଲେ। ତୁରନ୍ତ ବିମାନକୁ ‘ଆଇସୋଲେସନ୍‌ ବେ’କୁ ନିଆଯାଇ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ବିମାନରେ କଡ଼ା ଯାଞ୍ଚ କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ପ୍ରବକ୍ତା ମଧ୍ୟ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ଯାତ୍ରୀମାନଙ୍କୁ ଏଥିପାଇଁ ହୋଇଥିବା ଅସୁବିଧା ପାଇଁ ଦୁଃଖିତ। ଯାତ୍ରୀ, କର୍ମଚାରୀ ଓ ବିମାନର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଏୟାରଲାଇନ୍ସ ପକ୍ଷରୁ ଏକ ବାର୍ତ୍ତାରେ କୁହଯାଇଛି। ଏହାପୂର୍ବରୁ ଗତମାସ ଦିଲ୍ଲୀରୁ ପୁଣେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୨୬୦୮ରେ ବୋମା ଥିବା ଧମକ ମିଳିଥିଲା। କଡ଼ା ଯାଞ୍ଚ ପରେ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା।

Advertisment

ଆହୁରି ପଢ଼ନ୍ତୁ: ଚୀନରେ ରାଜ୍ କରିବ ରୋବଟ୍, କର୍ମକ୍ଷେତ୍ରରେ ଦରକାର ପଡ଼ିବନି ମାନବ ଶକ୍ତି