Advertisment

Bomb Threat: ଅହମଦାବାଦ ଓ ଭଡୋଦରାର ୨୮ ସ୍କୁଲକୁ ବୋମା ଧମକ: ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଧମକ

Advertisment
New Project (5)

bomb threat Photograph: (sambad.in)

ଅହମଦାବାଦ, ୧୬/୨: ଗୁଜରାଟର ଅହମଦାବାଦ ଓ ଭଡୋଦରାର ୨୮ ସ୍କୁଲକୁ ସୋମବାର ବୋମା ରହିଥିବା ନେଇ ଧମକ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ସଙ୍ଗେ ସଙ୍ଗେ ସ୍କୁଲଗୁଡ଼ିକୁ ଖାଲି କରି ତଲାସି ନିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଅହମଦାବାଦର ୧୫ରୁ ଅଧିକ ସ୍କୁଲକୁ ବୋମା ଧମକ ଇମେଲ ଆସିଥିଲା ବୋଲି ଜିଲ୍ଲା ଶିକ୍ଷାଧିକାରୀ ରୋହିତ ଚୌଧୁରୀ କହିଛନ୍ତି। ସ୍କୁଲଗୁଡ଼ିକୁ ନିକଟସ୍ଥ ପୁଲିସ ଷ୍ଟେସନକୁ ତୁରନ୍ତ ସୂଚନା ଦେବା ସହିତ ସୁରକ୍ଷା ପ୍ରୋଟକଲ ଅନୁସରକଣ କରିବାକୁ କୁହାଯାଇଥିଲା। ଭଡୋଦରା ପୁଲିସ କମିସନର୍‌ ନରସିମା କୋମାର କହିଛନ୍ତି, ୧୩ଟି ସ୍କୁଲରୁ ବୋମା ଧମକ ଥିବା ଇମେଲ ଆସିବା ନେଇ ସୂଚନା ମିଳିଥିଲା। ତୁରନ୍ତ ସ୍ଥାନୀୟ ପୁଲିସ, ଏସ୍ଓଜି, କ୍ରାଇମ ବ୍ରାଞ୍ଚ ଓ ବୋମା ନିଷ୍କ୍ରିୟ ଦଳ ସ୍କୁଲଗୁଡ଼ିକରେ ପହଞ୍ଚି ତଲାସି କରିଥିଲେ।

ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଏଥିରେ ଧମକ ଦିଆଯାଇଛି। ଜାନୁଆରି ୨୬ ପୂର୍ବରୁ ଅହମଦାବାଦର ଅନେକ ସ୍କୁଲକୁ ଏପରି ଧମକ ମିଳିଥିଲା ବୋଲି ସିଟି କ୍ରାଇମ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ସୋମବାର ଝଣ୍ଡେୱାଲାନର ବିଟି ତାମିଲ ସ୍କୁଲ, ସର୍ଦ୍ଦାର ପଟେଲ ବିଦ୍ୟାଳୟ ଏବଂ ବ୍ରିଟିଶ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା। ପୁଲିସ କହିଛି ଯେ, ସକାଳ ପ୍ରାୟ ୯ଟା ୧୨ ମିନିଟ ସମୟରେ ତିନୋଟି ସ୍କୁଲରୁ ବୋମା ଧମକ ବିଷୟରେ ଫୋନ୍ ଆସିଥିଲା। ପରେ ଅନ୍ୟ ସ୍କୁଲ ସମାନ ବୋମା ଧମକ ଥିବା ଇମେଲ୍ ଆସିବା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଏହାପୂର୍ବରୁ ଦିଲ୍ଲୀର ୧୩ ସ୍କୁଲ ଓ ସଂସଦକୁ ବୋମାରେ ଉଡ଼େଇ ଦେବାକୁ ଧମକ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe