ଅଯୋଧ୍ୟା ସମେତ ୧୦ରୁ୧୫ଟି ଜିଲ୍ଲାପାଳଙ୍କ ସରକାରୀ ଇ-ମେଲକୁ ଆସିଛି ଧମକ

ରାମ ଜନ୍ମଭୂମି ଟ୍ରଷ୍ଟର ମେଲକୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ଏଥିରେ ଲେଖାଥିଲା ମନ୍ଦିରର ସୁରକ୍ଷା ବୃଦ୍ଧି କର।’ ଏହି ଧମକ ପାଇବା ପରେ ଅଯୋଧ୍ୟାର ସାଇବର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା। ସାଇବର ସେଲ୍ ଏହି ମାମଲାର ତଦନ୍ତ କରୁଛି।

ଯଂୀଯଂର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ୧୦ରୁ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସରକାରୀ ଇ-ମେଲକୁ ଧମକ ଆସିଛି। ଏହି ଜିଲ୍ଲାଗୁଡ଼ିକ ବ୍ୟତୀତ ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟକୁ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିବା ଅଭିଯୋଗ ହୋଇଛି।

ଗତ ସୋମବାର ରାତିରେ ରାମ ଜନ୍ମଭୂମି ଟ୍ରଷ୍ଟର ମେଲକୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ଏଥିରେ ଲେଖାଥିଲା ମନ୍ଦିରର ସୁରକ୍ଷା ବୃଦ୍ଧି କର।’ ଏହି ଧମକ ପାଇବା ପରେ ଅଯୋଧ୍ୟାର ସାଇବର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା। ସାଇବର ସେଲ୍ ଏହି ମାମଲାର ତଦନ୍ତ କରୁଛି।

ଅଯୋଧ୍ୟା ସହିତ ବାରବାଙ୍କି, ଫିରୋଜାବାଦ ଏବଂ ଚନ୍ଦୌଲି ସମେତ ୧୦ରୁ ୧୫ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବୋମା ମାଡ଼ କରିବାକୁ ମେଲରେ ଉଲ୍ଲେଖ ରହିଛି। ଏହି ମେଲଗୁଡ଼ିକ ତାମିଲନାଡୁରୁ ଆସିଥିବା କୁହାଯାଉଛି।

ଧମକ ପରେ ପୁଲିସ ପ୍ରଶାସନ ସତର୍କ ହୋଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe