୮୦ଟି ମାମଲାର ଶୁଣାଣି ପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ବସିଲେ ବମ୍ବେ ହାଇକୋର୍ଟ ଖଣ୍ଡପୀଠ

Advertisment
୮୦ଟି ମାମଲାର ଶୁଣାଣି ପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ବସିଲେ ବମ୍ବେ ହାଇକୋର୍ଟ ଖଣ୍ଡପୀଠ

ମୁମ୍ବାଇ: ବିଚାରପତି ଏସ୍‌ଜେ କଥାୱାଲା ଏବଂ ଏସ୍‌ପି ତାୱଡ଼େଙ୍କୁ ନେଇ ବମ୍ବେ ହାଇକୋର୍ଟର ଏକ ଡିଭିଜନ୍ ଖଣ୍ଡପୀଠ ବୁଧବାର ପୂର୍ବାହ୍ନ ୧୦.୪୫ରେ ଆରମ୍ଭ ହୋଇ ବିନା କୌଣିସ ବିରତିରେ ୧୨ ଘଣ୍ଟା ପରେ ଶେଷ ହୋଇଥିବା ଜଣାପଡ଼ିଛି। ୧୨ ଘଣ୍ଟାରେ ଏହି ଖଣ୍ଡପୀଠ ୮୦ଟି ମାମଲାର ଶୁଣାଣି କରିଛନ୍ତି।

ଡିଭିଜନ୍ ଖଣ୍ଡପୀଠ ‘ଏଲ୍‌ଗାର୍‌ ପରିଷଦ୍‌ ମାମଲାର ଅଭିଯୁକ୍ତ ଷ୍ଟେନ୍‌ ସ୍ବାମୀ ଏବଂ ହନୀ ବାବୁ ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନାମରେ ଚାଲିଥିବା ‘ସିବିଆଇ’ ତଦନ୍ତ ବିରୋଧରେ ମହାରାଷ୍ଟ୍ର ସରକାର ଦାଏର କରିଥିବା ପିଟିସନ୍‌ ସମେତ ଅନ୍ୟ ୭୮ଟି ମାମଲାର ଶୁଣାଣି କରିଛନ୍ତି।

publive-image Image Courtesy of Live Law

ତାଲିକାଭୁକ୍ତ ହୋଇଥିବା ୮୦ ମାମଲାର ଶୁଣାଣି ପାଇଁ ଡିଭିଜନ୍ ଖଣ୍ଡପୀଠ ଡାଏସ୍‌ରେ ବସିଥିଲେ ଏବଂ ମଧ୍ୟାହ୍ନ ଭୋଜନ ଏବଂ ଜଳଖିଆ ଖାଉଥିବା ବେଳେ ମଧ୍ୟ ନିରବଚ୍ଛିନ୍ନ ଭାବେ ଶୁଣାଣି ଜାରି ରଖିଥିଲେ।

ଦୀର୍ଘ ସାଢ଼େ ୧୨ ଘଣ୍ଟାର ଶୁଣାଣି ପରେ ବିଚାରପତି କଥାୱାଲା କହିଥିଲେ, ବନ୍ଦ କରନ୍ତୁ। ଏହା ପରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ବିଚ୍ଛିନ୍ନ କରାଯାଇଥିଲା।

ବୋର୍ଡରେ ଥିବା ସମସ୍ତ ମାମଲାର ଶୁଣାଣି ନିମନ୍ତେ ବିଚାରପତି କଥାୱାଲା ଏତେ ସମୟ ବସି ରହିବା ପ୍ରଥମ ଘଟଣା ନୁହେଁ। ପଡ଼ି ରହିଥିବା ମାମଲାର ଶୁଣାଣି ପାଇଁ ତିନି ବର୍ଷ ତଳେ ସେ ପାହାନ୍ତା ୩.୩୦ ପର୍ଯ୍ୟନ୍ତ ବସିଥିଲେ। ସେତେବେଳେ ସେ ପ୍ରାୟ ୧୬ ଘଣ୍ଟା କାଳ ବସି ଶୁଣାଣି କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe