ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମାଗିଥିଲେ ସମୀର ୱାଙ୍ଖେଡେ, ଏଭଳି ରାୟ ଶୁଣାଇଲେ ବମ୍ବେ ହାଇକୋର୍ଟ

ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମାଗିଥିଲେ ସମୀର ୱାଙ୍ଖେଡେ, ଏଭଳି ରାୟ ଶୁଣାଇଲେ ବମ୍ବେ ହାଇକୋର୍ଟ

www.indiatoday.in

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟିି ମାମଲାର ଯାଞ୍ଚ କରୁଥିବା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ଆଜି ବମ୍ବେ ହାଇକୋର୍ଟଙ୍କ ଦ୍ବାରାସ୍ଥ ହୋଇଥିଲେ। ଆରୟନଙ୍କୁ ଛାଡ଼ିବା ପାଇଁ ଲାଞ୍ଚ ନେଇଥିବା ନେଇ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଛି ସେହି ମାମଲାରେ ଗିଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ୱାଙ୍ଖେଡେ। ଆଜି ୱାଙ୍ଖେଡେ କରିଥିବା ଆବେଦନର ଶୁଣାଣି କରି ତାଙ୍କ ଚିନ୍ତା ଦୂର କରିଛନ୍ତି ବମ୍ବେ ହାଇକୋର୍ଟ। ମହାରାଷ୍ଟ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ୩ଦିନ ପୂର୍ବ ୱାଙ୍ଖେଡେଙ୍କୁ ନୋଟିସ ଦେବେ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ।

ତେବେ ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମାଗିବା ସହ ତାଙ୍କ ବିରୋଧରେ ଲାଞ୍ଚ ନେଇଥିବା ନେଇ ଲାଗିଥିବା ଅଭିଯୋଗର ତଦନ୍ତ ସିବିଆଇ କରୁ ବୋଲି ୱାଙ୍ଖେଡେ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ବା ହେବାକୁ ଥିବା ଏତଲାର ଯାଞ୍ଚ ସିବିଆଇ କିମ୍ବା ଏନଆଇଏକୁ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ତେବେ ଏନେଇ ଅଦାଲତ କୌଣସି ନିଷ୍ପତ୍ତି ନେଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe