Image Courtesy of The Indian Express
ନୂଆଦିଲ୍ଲୀ: ଏକ ଆତ୍ମହତ୍ୟା ମାମଲାର କାରଣ ହୋଇଥିବା ଅଭିଯୋଗରେ ଗିରଫ ହୋଇଥିବା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ସୋମବାର ଦିନ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ଶନିବାର ଦିନ ହାଇକୋର୍ଟ ଗୋସ୍ବାମୀଙ୍କ ଆବେଦନ ଉପରେ ଦେଇଥିବା ରାୟକୁ ସଂରକ୍ଷିତ ରଖିଥିଲେ।
୨୦୧୮ରେ ଇଣ୍ଟେରିୟର୍ ଡିଜାଇନର୍ ଅନ୍ବ୍ୟ ନାଇକ ଏବଂ ତାଙ୍କ ମାଆଙ୍କ ଆତ୍ମହତ୍ୟାର କାରଣ ହୋଇଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଗୋସ୍ବାମୀ ଅନ୍ୟତମ ବୋଲି ଅଭିଯୋଗ ହୋଇଛି। ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଫେରୋଜ୍ ଶେଖ୍ ଏବଂ ନୀତୀଶ ସାରଦା। ଅଭିଯୁକ୍ତଙ୍କ କମ୍ପାନି ଇଣ୍ଟେରିୟର୍ ଡିଜାଇନର୍ଙ୍କୁ ସେମାନଙ୍କର ବକେୟା ଅର୍ଥ ଦେଇ ନ ଥିଲେ।
Image Courtesy of Google News- Searchନଭେମ୍ବର ୪ ତାରିଖ ଦିନ ଗୋସ୍ବାମୀଙ୍କୁ ମୁମ୍ବାଇର ଲୋଅର୍ ପାରେଲ୍ସ୍ଥିତ ବାସଭବନରୁ ଗିରଫ କରାଯାଇ ଅଲିବାଗ୍ ନିଆଯାଇଥିଲା। ସେଠାରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତାଙ୍କୁ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।
କଏଦୀମାନଙ୍କ ନିମନ୍ତେ ଅଲିବାଗ୍ ମୁନିସ୍ପାଲ୍ ସ୍କୁଲ୍ରେ ତିଆରି କରାଯାଇଥିବା ଏକ ଅସ୍ଥାୟୀ କ୍ବାରେଣ୍ଟିନ୍ ସେଣ୍ଟର୍ରେ ଗୋସ୍ବାମୀଙ୍କୁ ରଖାଯାଇଥିଲା। ସେଠାରେ ଗୋସ୍ବାମୀ ଅନ୍ୟ ଜଣଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଦର୍ଶାଇ ରବିବାର ସକାଳେ ରାୟଗଡ଼ ପୁଲିସ ତାଙ୍କୁ ନୱି ମୁମ୍ବାଇସ୍ଥିତ ତଲୋଜା ସେଣ୍ଟ୍ରାଲ୍ ଜେଲ୍କୁ ସ୍ଥାନାନ୍ତର କରିଥିଲା।
Follow Us