ପତ୍ନୀକୁ ଭଲ ରାନ୍ଧିବା ଓ ଘରକାମ ଠିକ୍‌ ଢ଼ଙ୍ଗରେ କରିିବା ପାଇଁ କହିବା, ପତ୍ନୀକୁ ନିର୍ଯାତନା ନୁହେଁ: ବମ୍ବେ ହାଇକୋର୍ଟ

Advertisment
ପତ୍ନୀକୁ ଭଲ ରାନ୍ଧିବା ଓ ଘରକାମ ଠିକ୍‌ ଢ଼ଙ୍ଗରେ କରିିବା ପାଇଁ କହିବା, ପତ୍ନୀକୁ ନିର୍ଯାତନା ନୁହେଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ପତ୍ନୀକୁ ଭଲ ରାନ୍ଧିବା ପାଇଁ କହିବା କିମ୍ବା ଘରକାମ ସବୁକୁ ଠିକ୍‌ ଢ଼ଙ୍ଗରେ କରିିବା ପାଇଁ କହିବା ଘଟଣା ଆଦୌ ପତ୍ନୀକୁ ନିର୍ଯାତନା ପଦବାଚ୍ୟ ନୁହେଁ। କିମ୍ବା ନିର୍ଯାତନା ପରିସର ଭୁକ୍ତ ନୁହେଁ। ଏସବୁ ଘଟଣାର ଦୃଷ୍ଟାନ୍ତ ଦେଇ ଯଦି ଜଣେ ପତ୍ନୀ ଅଭିଯୋଗ କରନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଛନ୍ତି, ତେବେ ଏହାକୁ ପତ୍ନୀ ନିର୍ଯାତନା ପରିସର ଭୁକ୍ତ କରି ସ୍ୱାମୀଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିପାରିବେ ନାହିଁ ବୋଲି ବମ୍ବେ ହାଇକୋର୍ଟ ଆଗତ ଏକ ମାମଲାର ଶୁଣାଣି କରି ମତ ଦେବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି।

ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ଜନୈକା ପତ୍ନୀ ତାଙ୍କ ସ୍ୱାମୀ ସବୁବେଳେ ତାଙ୍କୁ ଭଲ ରାନ୍ଧିବା ପାଇଁ କହିବା ସହ ଘରକାମ ସବୁକୁ ଠିକ୍‌ ଢ଼ଙ୍ଗରେ କରିିବା ପାଇଁ କହିବା ସହ ତାଙ୍କ ପରିବାର ଲୋକଙ୍କ ସହ ମିଶି ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ନିଜ ବାପଘର ଲୋକଙ୍କ ନିକଟରେ ଅଭିଯୋଗ କରୁଥିଲେ। ଏବଂ ଏହି ଘଟଣାକୁ କେନ୍ଦ୍ର କରି ସବୁବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ୧୯୯୮ରେ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ତେବେ, ଏହି ଘଟଣାକୁ କେନ୍ଦ୍ର କରି ୨୦୦୧ ଜୁନ୍‌ ୫ ତାରିଖରେ ପତ୍ନୀ ଜଣକ ଆତ୍ମହତ୍ୟା କରି ଦେଇଥିଲେ। ଏହି ଘଟଣା ପରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ପରିବାର ବର୍ଗ ମହିଳାଙ୍କ ସ୍ୱାମୀ ବିଜୟ ସିନ୍ଧେ ସେମାନଙ୍କ ଝିଅକୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ କରିବା ସହ ସେମାନଙ୍କ ଝିଅର ଆତ୍ମହତ୍ୟାର କାରଣ ବିଜୟ ସିନ୍ଧେ ଥିବା ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇବା ପରେ ପୁଲିସ୍‌ ଅଭିଯୁକ୍ତ ବିଜୟ ସିନ୍ଧେଙ୍କୁ ଗିରଫ କରିଥିଲେ। ପରେ, ଅବଶ୍ୟ ବିଜୟ ସିନ୍ଧେ ଜାମିନରେ ଆସିଥିଲେ। କିନ୍ତୁ, ସେବେଠାରୁ ଏହି ମାମଲା ବିଚରାଧୀନ ଥିଲା।

publive-image

ଗତ ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସାରଙ୍ଗ କୋଟଓ୍ଵାଲ ଏହି ମାମଲାର ଶୁଣାଣି କରି, ପତ୍ନୀକୁ ଭଲ ରାନ୍ଧିବା ପାଇଁ କହିବା କିମ୍ବା ଘରକାମ ସବୁକୁ ଠିକ୍‌ ଢ଼ଙ୍ଗରେ କରିିବା ପାଇଁ କହିବା ଘଟଣା ଆଦୌ ପତ୍ନୀକୁ ନିର୍ଯାତନା ପଦବାଚ୍ୟ ନୁହେଁ। ଏସବୁ ଘଟଣାର ଦୃଷ୍ଟାନ୍ତ ଦେଇ ଯଦି ଜଣେ ପତ୍ନୀ ଅଭିଯୋଗ କରନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଛନ୍ତି, ଏବଂ ଏହାକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରନ୍ତି, ତେବେ ଏ କ୍ଷେତ୍ରରେ ଏହାକୁ ପତ୍ନୀ ନିର୍ଯାତନା ପରିସର ଭୁକ୍ତ କରି ସ୍ୱାମୀଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିପାରିବେ ନାହିଁ ବୋଲି କହିବା ସହ ମାମଲାକୁ ଖାରଜ କରି ଅଭିଯୁକ୍ତ ବିଜୟ ସିନ୍ଧେଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe