ଶ୍ରଦ୍ଧା ହତ୍ୟା ପାଇଁ ଇଣ୍ଟରନେଟ୍‌କୁ ଦାୟୀ କଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି

Advertisment
ଶ୍ରଦ୍ଧା ହତ୍ୟା ପାଇଁ ଇଣ୍ଟରନେଟ୍‌କୁ ଦାୟୀ କଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି

ପୁନେ : ପୁନେଠାରେ ଏକ ସେମିନାରରେ ଉଦ୍‌ବୋଧନ ଦେଇ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତା କହିଛନ୍ତି ଯେ, ଶ୍ରଦ୍ଧାଙ୍କୁ ଯେଉଁଭଳି ହତ୍ୟା କରାଯାଇଛି ସେଥିପାଇଁ ଇଣ୍ଟରନେଟ୍‌ରେ ଉପଲବ୍ଧ ଉପାଦାନ ଦାୟୀ। ଜଷ୍ଟିସ୍ ଦତ୍ତା ସାରା ଦେଶରେ ବୃଦ୍ଧି ପାଉଥିବା ଜଘନ୍ୟ ଅପରାଧ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ, ଇଣ୍ଟରନେଟ୍‌ରେ ଡେଟିଂ ଆପ୍ ପରି ଉପାଦାନ ବହୁଳମାତ୍ରାରେ ମିଳୁଛି ଏବଂ ତା’ର ଦୁରୁପଯୋଗ କରାଯାଉଛି। ଯୁବଗୋଷ୍ଠୀ ତାହାର ଶିକାର ହେଉଛନ୍ତି। ଏଭଳି ସ୍ଥିତିରୁ ଉଦ୍ଧାର ପାଇବା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନର ଆବଶ୍ୟକତା ଅଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe