ଛାତ୍ରୀଙ୍କ ହୋଇ ପାରି ନଥିଲା ନାମଲେଖା; ହାଇକୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

Advertisment

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାମ ଲେଖାଇ ପାରି ନଥିବା ଛାତ୍ରୀ କଲ୍ୟାଣୀ ଚକ୍ରବର୍ତ୍ତୀଙ୍କୁ ପିଜି ମେଡିକାଲରେ ତାଙ୍କ ଇଚ୍ଛା ମୁତାବକ ପାଠ୍ୟକ୍ରମରେ ନାମ ଲେଖାଇବାର ମିଳିଥିଲା ସୁଯୋଗ।

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାମ ଲେଖାଇ ପାରି ନଥିବା ଛାତ୍ରୀ କଲ୍ୟାଣୀ ଚକ୍ରବର୍ତ୍ତୀଙ୍କୁ ପିଜି ମେଡିକାଲରେ ତାଙ୍କ ଇଚ୍ଛା ମୁତାବକ ପାଠ୍ୟକ୍ରମରେ ନାମ ଲେଖାଇବାର ମିଳିଥିଲା ସୁଯୋଗ।

lhoil;

ନାଗପୁର: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଣେ ଛାତ୍ରୀ ପିଜି ମେଡିକାଲରେ ତାଙ୍କ ଇଚ୍ଛା ମୁତାବକ ପାଠ୍ୟକ୍ରମରେ ନାମ ଲେଖାଇ ପାରିଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି।

୨୭ବର୍ଷୀୟ ଆବେଦନକାରୀ ଛାତ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ଗତ ବର୍ଷ ଏମ୍ସର ପିଜି ପାଠ୍ୟକ୍ରମରେ ନାମ ଲେଖାାଇବା ପାଇଁ ପ୍ରବେଶିକା ପରୀକ୍ଷା ଦେଇଥିଲେ, ଯେଉଁଥିରେ ସେ ଅଲଇଣ୍ଡିଆରେ ୧୧୯ନମ୍ବର  ରାଙ୍କ ପାଇଥିଲେ। 

ଅଧିକପଢ଼ନ୍ତୁ:ବଡ଼ ଭଉଣୀକୁ ଅଧିକ ଭଲପାଉଥିବାରୁ ମା’କୁ ହତ୍ୟା କଲା ଝିଅ

କଲ୍ୟାଣୀ ଏମ୍ସରେ ରେଗୁଲାର ମେଡିସିନ ଡିପାର୍ଟମେଣ୍ଟରେ ଭାଗ ନେବାକୁ ଚାହୁଁଥିଲେ । କାଉନସଲିଙ୍ଗ ପାଇଁ ତାଙ୍କୁ କୋଲକାତା ଡକାଯାଇଥିଲା ଏବଂ ୨୪ ଡିସେମ୍ବର ଅପରାହ୍ନ ୫ ଟା ସୁଦ୍ଧା ଆଡମିଶନ ପାଇଁ ଆବଶ୍ୟକ ଔପଚାରିକତା ପୂରଣ କରିବାକୁ କଲ୍ୟାଣୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ନିର୍ଦ୍ଦେଶ ପାଇବା ପରେ କଲ୍ୟାଣୀ ନାଗପୁରରୁ କୋଲକାତା ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଥି‌ଲେ। କିନ୍ତୁ କୌଣସି କାରଣବଶତଃ ତାଙ୍କ ବିମାନ ମିସ ହୋଇ ଯାଇଥିଲା। ସେ ବିମାନରେ ବସି ପାରି ନଥିଲେ। ଠିକ ସମୟରେ ରିପୋର୍ଟ କରି ନପାରିବାରୁ କଲ୍ୟାଣୀଙ୍କୁ ଆଡମିଶନ କାଉନସେଲିଂରେ ଭାଗ ନେବାକୁ ବାରଣ କରାଯାଇଥିଲା।

ଅଧିକପଢ଼ନ୍ତୁ:ପ୍ରେମିକାଙ୍କୁ ଖୁସି କରିବା ମହଙ୍ଗା ପଡ଼ିଲା; ଉଡ଼ିଗଲା ପ୍ରେମିକଙ୍କ ପ୍ରାଣବାୟୁ


ଏହାପରେ କଲ୍ୟାଣୀ ଦ୍ୱିତୀୟ କାଉନସେଲିଂର ସୁଯୋଗ ଦେବାକୁ ଅନୁରୋଧ କରିଥିଲେ କିନ୍ତୁ ମ୍ୟାନେଜମେଣ୍ଟ ମନା କରିଦେଇଥିଲା। ଏହା ପରେ କଲ୍ୟାଣୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଖ୍ରୀଷ୍ଟମାସ ଛୁଟି ଥିବା ସତ୍ତ୍ବେ ହାଇକୋର୍ଟ ଡିସେମ୍ବର ୩୧ ତାରିଖରେ କେବଳ କଲ୍ୟାଣୀଙ୍କ ମାମଲାର ଶୁଣାଣି କରି ଏମ୍ସ ଅଧିକାରୀମାନଙ୍କୁ ସେମାନଙ୍କ ଉତ୍ତର ଦାଖଲ କରିବାକୁ କହିଥିଲେ। ଉଭୟ ପକ୍ଷର ଯୁକ୍ତି ସମୀକ୍ଷା କରିବା ପରେ କୋର୍ଟ କଲ୍ୟାଣୀଙ୍କ ସପକ୍ଷରେ ରାୟ ଦେଇ ତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନରେ ହାଜର ହେବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । 

କଲ୍ୟାଣୀ ଚକ୍ରବର୍ତ୍ତୀଙ୍କୁ ଏମ୍ସ ନାଗପୁରରେ ରେଡିଓ ଡାଇଗ୍ନୋଷ୍ଟିକ୍ ପ୍ରୋଗ୍ରାମ ପାଇଁ ଚୟନ କରାଯାଇଛି । ସେ ଏମ୍ସ କଲ୍ୟାଣକୁ ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe