ମୁମ୍ବାଇ: ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯିବାକୁ ବମ୍ବେ ହାଇ କୋର୍ଟ ଉଚିତ ଦର୍ଶାଇଛନ୍ତି। ଏଥିନିମନ୍ତେ ଉଦ୍ଦିଷ୍ଟ ଭାରତୀୟ ପିଙ୍ଗଳ ଧାରାର ସଂଶୋଧିତ ଅନୁଭାଗକୁ ହାଇ କୋର୍ଟ କାଏମ୍ ରଖିଛନ୍ତି। ଶକ୍ତି ମିଲ୍ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ତିନି ଜଣ ଦୋଷୀଙ୍କୁ ୨୦୧୪ ମସିହାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଉକ୍ତ ତିନି ଜଣ ଦୋଷୀ ମୃତ୍ୟୁଦଣ୍ଡକୁ ନେଇ ସମ୍ବିଧାନର ବୈଦ୍ଧତାକୁ ଚାଲେଞ୍ଜ୍ କରି ପିଟିସନ ଦାଖଲ କରିଥିଲେ। ଏହି ଆବେଦନକୁ ଜଷ୍ଟିସ୍ ବିପି ଧର୍ମାଧିକାରୀ ଏବଂ ରେବତୀ ମୋହିତେ ଡେରେଙ୍କ ଡିଭିଜନ୍ ବେଞ୍ଚ ଖାରଜ କରିଦେଇଛନ୍ତି। ଏହି ଆବେଦନର ଶୁଣାଣି ବେଳେ ଆଇପିସିର ଧାରା ୩୭୬ (ଇ)ର ସଂଶୋଧିତ ଅଂଶ ଦ୍ୱାରା ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡ ନିୟମକୁ ବମ୍ବେ ହାଇ କୋର୍ଟର ଡିଭିଜନ୍ ବେଞ୍ଚ କାଏମ୍ ରଖିଛନ୍ତି। ଏହି ନିର୍ଦିଷ୍ଟ ମାମଲାରେ ଉକ୍ତ ସଂଶୋଧିତ ଅଂଶକୁ ଖାରଜ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ୨୦୧୨ରେ ଦିଲ୍ଲୀରେ ଜଣେ ୨୩ ବର୍ଷୀୟାଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ଧାରା ୩୭୬(ଇ)ର ସଂଶୋଧନ କରାଯାଇ ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କ ପାଇଁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us