ଅନିଲ ଦେଶମୁଖଙ୍କ ବିରୋଧରେ ପରମବୀରଙ୍କ ସିବିଆଇ ଯାଞ୍ଚ ଆବେଦନ ଘଟଣା: ରାୟ ସଂରକ୍ଷିତ ରଖିଲେ ବମ୍ବେ ହାଇକୋର୍ଟ

Advertisment
ଅନିଲ ଦେଶମୁଖଙ୍କ ବିରୋଧରେ ପରମବୀରଙ୍କ ସିବିଆଇ ଯାଞ୍ଚ ଆବେଦନ ଘଟଣା: ରାୟ ସଂରକ୍ଷିତ ରଖିଲେ ବମ୍ବେ ହାଇକୋର୍ଟ

livelaw

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ। ଆଜି ଆବେଦନ ଉପରେ କିଛି ଘଣ୍ଟାର ମାରାଥନ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ବମ୍ବେ ହାଇକୋର୍ଟ। ଏତଲା ନଥିବାରୁ ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ଜିଏସ କୁଲକର୍ଣ୍ଣିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ନେଇ ଦ୍ୱନ୍ଦ୍ୱ ପ୍ରକାଶ କରିଛନ୍ତି।

ତେବେ ସିବିଆଇ ପକ୍ଷରୁ ହାଜର ହୋଇଥିବା ଏଏସଜି ଅନିଲ ସିଂ କହିଛନ୍ତି ଯେ, ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ଅଭିଯୋଗ ଉପରେ ଦୃଷ୍ଟି ଦେବାକୁ ଏଜେନ୍ସି ପ୍ରସ୍ତୁତ ଅଛି। କୋର୍ଟ ଏନେଇ ନିଷ୍ପତ୍ତି ନେବେ। କିନ୍ତୁ ଯଦି କୋର୍ଟ ଚାହାଁନ୍ତି, ତେବେ ଘଟଣାର ଗମ୍ଭୀରତାକୁ ବିଚାର କରି ଆମେ ତଦନ୍ତ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଏଏସଜି ଅନିଲ ସିଂ । ତେବେ ଏତଲା ନଥିବାରୁ ଶୁଣାଣି କରୁଥିବା ପ୍ରଧାନ ବିଚାରପତି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ନେଇ ଦ୍ୱନ୍ଦ୍ୱ ପ୍ରକାଶ କରି ରାୟକୁ ସଂରକ୍ଷିତ ରଖିଛନ୍ତି।

publive-image indiatoday

କିଛି ଘଣ୍ଟା ତଳେ ପରମବୀର ସିଂହଙ୍କ ଆବେଦନ ଉପରେ ଶୁଣାଣି କରି ଜଣେ ପୁଲିସ ଅଫିସର ଭାବରେ ସେ ନିଜର ଦାୟିତ୍ବ ଠିକ ଭାବରେ ତୁଲାଇନଥିବା କହିଥିଲେ ବମ୍ବେ ହାଇକୋର୍ଟ ବିଚାରପତି। ଶୁଣାଣି ସମୟରେ, “ଆପଣ ଜଣେ ପୁଲିସ କମିସନର, ଆଇନ ଆପଣଙ୍କ ପାଇଁ କାହିଁକି ଅଲଗା ରଖାଯିବ? ପୁଲିସ ଅଧିକାରୀ, ମନ୍ତ୍ରୀ ଏବଂ ରାଜନେତାମାନେ ଆଇନଠାରୁ ଉର୍ଦ୍ଧ୍ବରେ କି? ନିଜକୁ ଆଇନଠାରୁ ଉର୍ଦ୍ଧ୍ବରେ ରଖ ନାହିଁ, ଆଇନ ତୁମଠୁ ଉର୍ଦ୍ଧ୍ବରେ। ଯାଞ୍ଚ ପାଇଁ ସିବିଆଇକୁ ଦାୟିତ୍ବ ଦେବାକୁ ଆପଣ ନିର୍ଦ୍ଦେଶ ମାଗୁଛନ୍ତି। ଏହି ଘଟଣାକୁ ନେଇ ଏତଲା ଏବଂ ଅନୁସନ୍ଧାନ କେଉଁଠି ଅଛି ଯାହା ଦ୍ବାରା କୋର୍ଟ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବ” ବୋଲି ପରମବୀର ସିଂହଙ୍କୁ ପ୍ରଶ୍ନ କରିଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ।

ଏହା ସେ ଆହୁରି ମଧ୍ୟ କହିଥିଲେ ଯେ, “ଆପଣ ଜଣେ ପୁଲିସ ଅଧିକାରୀ। ଯଦି ଆପଣ ଏକ ଅପରାଧ ଘଟୁଥିବାର ଦେଖୁଛନ୍ତି, ତେବେ ଆପଣ ଏତଲା ଦାଖଲ କରିବାକୁ ବାଧ୍ୟ। ଆପଣ ଏହା କାହିଁକି କଲେ ନାହିଁ? ଆପଣ ଅପରାଧ ହେଉଥିବା ଜାଣି ମଧ୍ୟ ଏତଲା ଦାଖଲ ନକରି ନିଜ କର୍ତ୍ତବ୍ୟରେ ବିଫଳ ହୋଇଛନ୍ତି”।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe