ଗାଜା: କେନ୍ଦ୍ରୀୟ ଗାଜାପଟିରେ ଇସ୍ରାଏଲର ବିମାନ ଆକ୍ରମଣରେ ଅତି କମ୍ରେ ୪୦ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ଗାଜାରେ ହମାସ ଦ୍ୱାରା ପରିଚାଳିତ ସରକାରଙ୍କ ମିଡିଆ କାର୍ଯ୍ୟାଳୟ ଏକ ପ୍ରେସ୍ ବିବୃତିରେ ଏହା କହିଛି। ପାଲେଷ୍ଟାଇନ୍ ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲର ବିମାନ ଗୁରୁବାର ଦେର୍ ଏଲ୍-ବାଲାହ ସହରର କେତେକ ଆବାସିକ ଘର ଉପରେ ବୋମାମାଡ଼ କରିଥିଲା, ଯେଉଁଥିରେ ସେଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା। ହମାସ୍ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କିଛି ମୃତକଙ୍କ ମୃତଦେହକୁ ଅଲ୍-ଆକ୍ସା ସହିଦ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଇସ୍ରାଏଲର ଆକ୍ରମଣରେ ଆଖପାଖ ଅଞ୍ଚଳ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ପରେ ଲୋକଙ୍କୁ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଓ ବେସାମରିକ ପ୍ରତିରକ୍ଷା ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ମେଡିକାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଲ-ଆକ୍ସା ସହିଦ ହସ୍ପିଟାଲରେ ଏବେ ହଜାର ହଜାର ଆହତ, ଅସୁସ୍ଥ ଓ ବିସ୍ଥାପିତ ଲୋକଙ୍କ ଭିଡ଼ ଜମିଛି।
ଗାଜାରେ ବିମାନରୁ ବୋମାମାଡ଼: ୪୦ ମୃତ ୧୦୦ ଆହତ
Advertisment
Follow Us