ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରି କେହି ଅଜ୍ଞାତ ବ୍ୟକ୍ତି ଠକିନେଲେ ୩.୮୨ ଲକ୍ଷ

Advertisment
ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରି କେହି ଅଜ୍ଞାତ ବ୍ୟକ୍ତି ଠକିନେଲେ ୩.୮୨ ଲକ୍ଷ

Image Courtesy: Tribune India

ମୁମ୍ବାଇ: ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକ ତଥା ନିର୍ମାତା ବୋନି କପୁରଙ୍କ ଅଜ୍ଞାତସାରରେ କେହି ଅଜ୍ଞାତ ବ୍ୟକ୍ତି ତାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ୩.୮୨ ଲକ୍ଷ ଟଙ୍କା ମୂଲ୍ୟର କାରବାର କରି ନେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି।

ଏ ସଂପର୍କରେ ସୂଚନା ଦେଇ ମୁମ୍ବାଇର ଜଣେ ପୁଲିସ ଅଧିକାରୀ ଶୁକ୍ରବାର ଦିନ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ଜଣେ ସହଯୋଗୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଲିଖିତ ଅଭିଯୋଗ ଆଗତ କରି କହିଛନ୍ତି ଯେ ବୋନି କପୁରଙ୍କ ଅଜ୍ଞାତସାରରେ କେହି ଅଜ୍ଞାତ ବ୍ୟକ୍ତି ତାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ୩.୮୨ ଲକ୍ଷ ଟଙ୍କା ମୂଲ୍ୟର କାରବାର କରି ନେଇଛି।

ଆଇପିସି ଏବଂ ସୂଚନା ପ୍ରଯୁକ୍ତି ଆଇନର ବ୍ୟବସ୍ଥା ଅନୁଯାୟୀ ମୁମ୍ବାଇର ଆମ୍ବୋଲି ପୁଲିସ ଷ୍ଟେସନରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ କପୁରଙ୍କ କ୍ରେଡିଟ୍‌ କାର୍ଡ ବିବରଣୀ ଏବଂ ପାସୱାର୍ଡ ହାସଲ କରି ଗତ ଫେବ୍ରୁଆରି ୯ ତାରିଖରେ ପାଞ୍ଚଟି ଅନଲାଇନ୍‌ କାରବାର କରିବା ପାଇଁ କ୍ରେଡିଟ୍‌ କାର୍ଡ ବ୍ୟବହାର କରିଛନ୍ତି ବୋଲି ସେ କହିଛନ୍ତି।

ଏ ସଂପର୍କରେ ମାର୍ଚ୍ଚ ୩୦ ତାରିଖରେ ତାଙ୍କ ନିକଟକୁ ବ୍ୟାଙ୍କ ପକ୍ଷରୁ କ୍ରେଡିଟ୍‌ କାର୍ଡ ବିଲ୍‌ ଦେୟ ପୈଠ ପାଇଁ ବିଲ୍‌ ଆସିବା ପରେ କପୁର ଏହି ଠକେଇ ବିଷୟରେ ଜାଣିବାକୁ ପାଇଥିଲେ ବୋଲି ଅଭିଯୋଗକାରୀ ପୁଲିସକୁ କହିଛନ୍ତି। ଏସଂପର୍କରେ ଅଭିଯୋଗ ମିଳିବା ପରେ ପୁଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଆମ୍ବୋଲି ପୁଲିସ ଷ୍ଟେସନ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe