ମିଲ୍‌କ ମ୍ୟାନ୍‌’ ଉପନ୍ୟାସ ପାଇଁ ଆର୍ୟାଲାଣ୍ଡର ଲେଖିକା ଏନ୍ନା ବାର୍ନସଙ୍କୁ ମିଳିବ ଚଳିତ ବର୍ଷର ବୁକର୍‌ ପୁରସ୍କାର

Advertisment
ମିଲ୍‌କ ମ୍ୟାନ୍‌’ ଉପନ୍ୟାସ ପାଇଁ ଆର୍ୟାଲାଣ୍ଡର ଲେଖିକା ଏନ୍ନା ବାର୍ନସଙ୍କୁ ମିଳିବ ଚଳିତ ବର୍ଷର ବୁକର୍‌ ପୁରସ୍କାର

ଆର୍ୟାଲାଣ୍ଡ: ଉତ୍ତର ଆର୍ୟାଲାଣ୍ଡର ଲେଖିକା ଆନ୍ନା ବାର୍ନସଙ୍କୁ ଚଳିତ ୨୦୧୮ର ବୁକର୍‌ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ରଚିତ ଇଂରାଜୀ ଉପନ୍ୟାସ ‘ମିଲ୍‌କ ମ୍ୟାନ୍‌’ ନିମନ୍ତେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହା ତାଙ୍କ ରଚିତ ତୃତୀୟ ପୁସ୍ତକ। ଆନ୍ନାଙ୍କ ଲିଖିତ ‘ମିଲ୍‌କ ମ୍ୟାନ୍‌’ ପୁସ୍ତକର କାହାଣୀ ଜଣେ ମହିଳାଙ୍କ ବିବାହିତ ପୁରୁଷଙ୍କ ସହ ସମ୍ପର୍କ ଉପରେ ଆଧାରିତ।

ଆନ୍ନାଙ୍କୁ ପୁରସ୍କାର ବାବଦରେ ୫୦ ହଜାର ପାଉଣ୍ଡର ନଗଦ ରାଶି ପ୍ରଦାନ କରାଯିବ। କମନୱେଲଥ ଦେଶର ନାଗରିକ ଇଂରାଜୀରେ ଲେଖିଥିବା ମୌଳିକ ଉପନ୍ୟାସ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ପୁସ୍ତକୁ ପ୍ରତିବର୍ଷ ବୁକର୍‌ ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୦୮ ମସିହାରେ ଏହି ପୁରସ୍କାର ଭାରତୀୟ ଲେଖକ ଅରବିନ୍ଦ ଅଡିଗାଙ୍କୁ ମିଳିଥିଲା। ଅଡିଗାଙ୍କ ବ୍ୟତୀତ ଏହି ପୁରସ୍କାର ଆହୁରି ୫ଜଣ ମୂଳ ଭାରତୀୟ ଲେଖକଙ୍କୁ ମିଳିଛି। ସେମାନେ ହେଉଛନ୍ତି କିରଣ ଦେଶାଇ, ଅରୁନ୍ଧତୀ ରାୟ, ବି.ଏସ୍‌ ନାଇପଲ ଏବଂ ସଲମାନ ରସଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe