ନୂଆଦିଲ୍ଲୀ : ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀ ଏବଂ ଆମେରିକାର ଅନୁବାଦକ ଡେଜି ରକୱେଲଙ୍କୁ ଚଳିତବର୍ଷର ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ପ୍ରଦାନ କରାଯାଇଛି। ରେତ ସମାଧି ନାମରେ ହିନ୍ଦୀ ଭାଷାରେ ଗୀତାଞ୍ଜଳି ଶ୍ରୀ ମୂଳ ଉପନ୍ୟାସ ଲେଖିଥିବାବେଳେ ରକୱେଲ ଏହାର ଇଂରାଜୀ ଅନୁବାଦ ଟମ୍ବ ଅଫ ସ୍ୟାଣ୍ଡ ନାମରେ କରିଛନ୍ତି। ସେମାନଙ୍କୁ ପୁରସ୍କାର ରାଶି ବାବଦରେ ୫୦ ହଜାର ପାଉଣ୍ଡ (୬୩ ହଜାର ଡଲାର) ପ୍ରଦାନ କରାଯିବ।
ଗୀତାଞ୍ଜଳି ଶ୍ରୀଙ୍କୁ ବୁକର୍ ପୁରସ୍କାର
Advertisment
Follow Us