Image Courtesy of The Economic Times
ନୂଆଦିଲ୍ଲୀ: ଆଜି ଉପସ୍ଥାପିତ ୨୦୨୨-୨୩ କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳା ଏବଂ ଶିଶୁଙ୍କ ବିକାଶ ନିମନ୍ତେ ବୁଷ୍ଟର୍ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଏହାଦ୍ବାରା ସେମାନଙ୍କର ବୌଦ୍ଧିକ, ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଉନ୍ନତି ହେବ।
ଅର୍ଥମନ୍ତ୍ରୀ କହିଛନ୍ତି, ହିତ ସାଧାନ ନିମନ୍ତେ ସରକାର ‘ମିସନ୍ ଶକ୍ତି’, ମିସନ୍ ବାତ୍ସଲ୍ୟ’ ‘ସକ୍ଷମ ଅଙ୍ଗନବାଡ଼ି’ ଏବଂ ‘ପୋଷଣ ୨.୦’ ଭଳି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଯୋଜନାଗୁଡ଼ିକର ପୁନର୍ବିନ୍ୟାସ କରିଛନ୍ତି।
ଏ ସଂକ୍ରାନ୍ତରେ ଅଧିକ ବ୍ୟାଖ୍ୟା ଦେଇ ସେ କହିଲେ, ‘ନାରୀ ଶକ୍ତି’ର ଗୁରୁତ୍ବକୁ ସ୍ବୀକୃତି ଦେଇ ମହିଳା ଓ ଶିଶୁମାନଙ୍କର ସାମଗ୍ରିକ ବିକାଶ ପାଇଁ ୩ଟି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଶିଶୁ ସ୍ବାସ୍ଥ୍ୟ ଉନ୍ନତି ନିମନ୍ତେ ୨ ଲକ୍ଷ ଅଙ୍ଗନବାଡ଼ି ଉନ୍ନୀତ କରାଯିବ।
Image Courtesy of The New Indian Expressଆଗୁଆ ଶିଶୁ ବିକାଶ ନିମନ୍ତେ ‘କ୍ଲିନ୍ ଏନର୍ଜି’ ଉପଯୋଗ କରାଯାଇ ସକ୍ଷମ ଅଙ୍ଗନବାଡ଼ିଗୁଡ଼ିକ ଉନ୍ନୀତ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନଙ୍କ ସ୍ବାସ୍ଥ୍ୟ ସବୁଠୁ ଗୁରୁତ୍ବପୂର୍ଣ୍ଣ ତେଣୁ, ଏ କ୍ଷେତ୍ରରେ ଉନ୍ନୀତ ଅଙ୍ଗନବାଡ଼ି ସବୁ ପ୍ରମୁଖ ଭୂମିକା ଗ୍ରହଣ କରିବେ।
ମହିଳାମାନଙ୍କର ଜୀବନଯାପନରେ ଉନ୍ନତି ପାଇଁ ସରକାରଙ୍କ ଉଦ୍ୟମ ୨୦୨୨ ବଜେଟ୍ରେ ପ୍ରତିଫଳିତ ହୋଇଛି। ଦେଶବ୍ୟାପୀ ଅସଂଖ୍ୟ ମହିଳାଙ୍କୁ ଉନ୍ନତ ଓ ସଶକ୍ତ କରିବା ଲକ୍ଷ୍ୟରେ ଚାଲିଥିବା ପ୍ରକଳ୍ପ ‘ମିସନ୍ ଶକ୍ତି’କୁ ଚଳିତ ବଜେଟ୍ରେ ସରକାର ଅଧିକ ସୁଦୃଢ଼ ଓ ପରିବର୍ଦ୍ଧନ କରିବାକୁ ବ୍ୟବସ୍ଥା କରିଛନ୍ତି। ‘ମିସନ୍ ଶକ୍ତି’କୁ ସଫଳ କରିବା ଲାଗି ସରକାର ରାଜ୍ୟମାନଙ୍କ ସହ କାର୍ଯ୍ୟ କରିବେ। ପ୍ରତିବଦଳରେ ଏହା ଦେଶ ଗଠନରେ ସହାୟକ ହେବ।
Follow Us