ଦିଲ୍ଲୀରେ ଘରୋଇ ଅଫିସ ବନ୍ଦ: ଦିଲ୍ଲୀରେ ସଂକ୍ରମଣ, ମୃତ୍ୟୁ ବଢ଼ୁଛି

ମୁଖ୍ୟମନ୍ତ୍ରୀ କହିଲେ ଲକ୍‌ଡାଉନ୍‌ ହେବନି

ସବୁଠି ସଂକ୍ରମଣ କମୁଛି: କେବଳ କେରଳ, ମିଜୋରାମରେ ବଢ଼ୁଛି

DNA India

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ୨୧,୨୫୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲିର ସଂକ୍ରମଣ ମାମଲା (୧୯,୧୬୬) ତୁଳନାରେ ଆଜି ସଂକ୍ରମଣ ମାମଲାରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ୨୫.୬୫ ପ୍ରତିଶତ। ମେ’ ୫ ପରେ ଏହା ସର୍ବାଧିକ। ଦିଲ୍ଲୀରେ ମଧ୍ୟ ଗତ ୨୪ ଘଣ୍ଟାରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ୮ ମାସ ମଧ୍ୟରେ ଏହା ସର୍ବାଧିକ। ଦିଲ୍ଲୀରେ ସକ୍ରିୟ ମାମଲା ୭୪,୮୮୧। ସକ୍ରିୟ ମାମଲା ମଧ୍ୟ ୮ ମାସରେ ସର୍ବାଧିକ। ପ୍ରାୟ ୫୦,୭୯୬ ଜଣ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଦିଲ୍ଲୀରେ ୯୩.୭୦ ପ୍ରତିଶତ କରୋନାରୁ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିବାରୁ କଟକଣା କଡ଼ାକଡ଼ି ହୋଇଛି। ଦିଲ୍ଲୀରେ ସମସ୍ତ ଘରୋଇ ଅଫିସ୍‌ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଘରୋଇ ଅଫିସ୍‌ ପାଇଁ ୱାର୍କ ଫ୍ରମ୍‌ ହୋମ୍‌ ଲାଗୁ ହୋଇଛି। ତେବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅଫିସ୍‌ ଗୁଡ଼ିକ ପୂର୍ବପରି ଚାଲୁ ରହିବ। ଡିଡିଏମ୍‌ଏ ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି। ଗତକାଲି ଦିଲ୍ଲୀରେ ରେସ୍ତୋରାଁ ଏବଂ ବାର୍‌ ବନ୍ଦ କରାଯାଇଥିଲା। କେବଳ‌ ହୋମ୍‌ ଡେଲିଭରି ପାଇଁ ଅନୁମତି ରହିଛି। ‌ତେବେ ଦିଲ୍ଲୀ‌ରେ ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ଲକ୍‌ଡାଉନ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe