ବୟସ୍କଙ୍କୁ ବୁଷ୍ଟର ଡୋଜ୍‌ ମାଗଣା

Advertisment
ପ୍ରିକସନ୍ ଡୋଜ୍ ଦେବାପାଇଁ କେନ୍ଦ୍ରକୁ ଚିଠି

IndiaToday

ନୂଆଦିଲ୍ଲୀ : ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କ ପାଇଁ କୋଭିଡ୍‌ ବୁଷ୍ଟର୍ ଡୋଜ ମାଗଣା ଉପଲବ୍ଧ ହେବ ବୋଲି ବୁଧବାର ଦିନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ୭୫ ଦିନ ପାଇଁ ବୁଷ୍ଟର ଡୋଜ୍‌ ସମଗ୍ର ଦେଶରେ ମାଗଣା ଉପଲବ୍ଧ ହେବ ଏବଂ ଆଗାମୀ ୧୫ ଜୁଲାଇରୁ ଏହି କାର୍ଯ୍ୟକ୍ରମ ଚାଲିବ। ସମସ୍ତ ସରକାରୀ ହସ୍ପିଟାଲରେ ଏହା ମାଗଣା ଦିଆଯିବ।

ଦେଶରେ ୧୮ରୁ ୫୯ ବର୍ଷ ବୟସ ବର୍ଗରେ ୭୭ କୋଟି ଲୋକ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ପ୍ରତିଶରୁ କମ୍‌ ଲୋକ ବୁଷ୍ଟର ଡୋଜ ନେଇଛନ୍ତି। ଅନ୍ୟପକ୍ଷରେ ୬୦ରୁ ଅଧିକ ବୟସ ବର୍ଗର ପ୍ରାୟ ୧୬ କୋଟି ଲୋକ ଏବଂ ଆଗଧାଡ଼ିର କର୍ମୀଙ୍କ ମଧ୍ୟରୁ ୨୬ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍‌ ନେଇଛନ୍ତି। ସେମାନଙ୍କୁ ମାଗଣା ଦିଆଯାଉଛି। ନିକଟରେ କେନ୍ଦ୍ର ସରକାର ବୁଷ୍ଟର୍‌ ଡୋଜ୍‌ର ସମୟସୀମା ୯ ମାସରୁ କମାଇ ୬ ମାସ କରିଥିଲେ। ୧୮ ବର୍ଷରୁ ଅଧିକ ବୟସ ବର୍ଗର ସମସ୍ତ ନାଗରିକ ବୁଷ୍ଟର ଡୋଜ୍‌ ନେବାପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe