ବୋର୍ଡ ପରୀକ୍ଷା ଭୟରେ ଅସୁସ୍ଥ ହୋଇପଡ଼ିଲା ଛାତ୍ରୀ ! ହସ୍‌ପିଟାଲ ନେବା ବାଟରେ ହେଲା ମୃତ୍ୟୁ

ବୋର୍ଡ ପରୀକ୍ଷା ଭୟରେ ଅସୁସ୍ଥ ହୋଇପଡ଼ିଲା ଛାତ୍ରୀ ! ହସ୍‌ପିଟାଲ ନେବା ବାଟରେ ହେଲା ମୃତ୍ୟୁ

ଆମେଥି: ଆମେଥିରେ ମଙ୍ଗଳବାର ପରୀକ୍ଷା ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲା, ଫଳରେ ସେ ପରୀକ୍ଷା ଦେଇ ପାରି ନଥିଲା ବୋଲି ଖବର ପ୍ରକାଶ ପାଇଥିଲା। ତେବେ ବୁଧବାର ଶିବରତନଗଞ୍ଜର ସେମରୋତାରେ ବୋର୍ଡ ପରୀକ୍ଷା ଦେବାକୁ ପହଞ୍ଚିଥିବା ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ ବିଗିଡ଼ି ଯାଇଥିଲା। ଫଳରେ ଚିକିତ୍ସା ପାଇଁ ହସ୍‌ପିଟାଲ ନିଆଯାଉଥିବା ବାଟରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

publive-image

ସୂଚନାଯୋଗ୍ୟ, ଶିବରତନଗଞ୍ଜ ଥାନା ଅନ୍ତର୍ଗତ ରାମଜାନକି ବାଜପେୟି ବାଳିକା ଇଣ୍ଟର କଲେଜ ସେମରୋତାରେ ବୋର୍ଡ ପରୀକ୍ଷା ଚାଲିଥିଲା। ପରୀକ୍ଷା ଦେବାକୁ ପହଞ୍ଚି ଥିବା ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ସଙ୍ଗେସଙ୍ଗେ ସ୍କୁଲ ପ୍ରଶାସନ ଛାତ୍ରୀଙ୍କୁ ହସ୍‌ପିଟାଲ ନେଇ ଯାଇଥିଲେ। କିନ୍ତୁ ହସ୍‌ପିଟାଲ ଆଉ କିଛି ବାଟ ଥିବା ବେଳେ ଛାତ୍ରୀର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ସ୍କୁଲ ପ୍ରଶାସନ ପୁଲିସକୁ ଖବର ଦେଇଥିଲେ।

ଶିବରତନଗଞ୍ଜ ଥାନାର ଏସ୍‌ଏଚଓ ସନ୍ତୋଷ ସିଂହ କହିଛନ୍ତି, ଛାତ୍ରୀର ମୃତ୍ୟୁ ସ୍ୱଭାବିକ ଭାବେ ହୋଇଛି। ବର୍ତ୍ତମାନ ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି। ଗତ ମଙ୍ଗଳବାର ଆମେଥି କୋତବାଲିର ରାମନଗର ଗ୍ରାମ ନିବାସୀ ଭବାନି ପ୍ରସାଦ ବାରିଙ୍କ କନ୍ୟା କଞ୍ଚନ ବାରି ରାଜକିୟ ବାଳିକା ବିଦ୍ୟାଳୟରେ ବୋର୍ଡ ପରୀକ୍ଷା ଦେବାକୁ ପହଞ୍ଚି ଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଫଳରେ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସୁସ୍ଥ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe