Image Courtesy of Zee News
ନୂଆଦିଲ୍ଲୀ: ଚୀନ୍ ଓ ଭାରତ ସୀମା ପରିସ୍ଥିତିରୁ ସୃଷ୍ଟ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ବି ଦୁଇ ଦେଶ ମଧ୍ୟରୁ କେହି ଯୁଦ୍ଧ କିଂବା ସଂଘର୍ଷ ଚାହାନ୍ତି ନାହିଁ ବୋଲି ଚୀନା ଦୂତାବାସରେ ଥିବା ଉପରାଷ୍ଟ୍ରଦୂତ ମା ଜିଆ ବୁଧବାର ଦିନ କହିଛନ୍ତି।
ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେବା ବେଳେ ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ବଡ଼ ଜଟିଳ ବୋଲି ମା କହିବା ସହିତ ଆହୁରି ମଧ୍ୟ କହିଛନ୍ତି ଯେ, ସହମତିରେ ଉପନୀତ ହେବା ସହଜ ହେଉ ନ ଥିବାରୁ ଦୁଇ ଦେଶ ‘ୱାର୍କିଙ୍ଗ୍ ମେକାନିଜମ୍ ଫର୍ କନ୍ସଲ୍ଟେସନ୍ ଆଣ୍ଡ୍ କୋଅପରେସନ୍’ ଏବଂ ବରିଷ୍ଠ କମାଣ୍ଡର୍ସ୍ତରୀୟ ବୈଠକ ମାଧ୍ୟରେ ଆଲୋଚନା କରୁଛନ୍ତି।
ଗତବର୍ଷ ଅକ୍ଟୋବର ମାସରେ ଭାରତରେ ଥିବା ଚୀନ୍ର ରାଷ୍ଟ୍ରଦୂତ ସୁନ୍ ୱେଇଡୋଙ୍ଗ୍ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଭାରତରୁ ଚାଲିଯାଇଛନ୍ତି। ତେଣୁ, ନୂଆଦିଲ୍ଲୀରେ ଚୀନ୍ର ବରିଷ୍ଠ କୂଟନୀତିଜ୍ଞା ମା ଉପରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।
Image Courtesy of The Hinduପୂର୍ବରୁ ମଧ୍ୟ ସେ ନିଜଆଡୁ ମନ୍ତବ୍ୟ ଦେଇ କହିଥିଲେ ଯେ, ସୀମାନ୍ତରେ ସାମ୍ପ୍ରତିକ ସ୍ଥିତି ସ୍ଥିର ରହିଛି। ଚୀନ୍ ଓ ଭାରତ ସୁପ୍ରତିଷ୍ଠିତ ମାଧ୍ୟମ ‘ୱାର୍କିଙ୍ଗ୍ ମେକାନିଜମ୍ ଫର୍ କନ୍ସଲ୍ଟେସନ୍ ଆଣ୍ଡ୍ କୋଅପରେସନ୍’ ଏବଂ ବରିଷ୍ଠ କମାଣ୍ଡର୍ସ୍ତରୀୟ ବୈଠକ ମାଧ୍ୟରେ ଆଲୋଚନା କରୁଛନ୍ତି।
ଗତକାଲି ସେ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଥିଲେ, ମୁଁ ଏବେ ଯାହା କହିଲି, ଅସୁବିଧା ଅଛି। କିନ୍ତୁ, ଆମକୁ ସେ ଅସୁବିଧା ମୁକାବିଲା କରିବାକୁ ପଡ଼ିବ। ଚୀନ୍ ଓ ଭାରତ ଯୁଦ୍ଧ ଚାହାଁନ୍ତି ନାହିଁ ବୋଲି ଆମର ଦୃଢ଼ ବିଶ୍ବାସ ରହିଛି। ଆମ୍ଭମାନଙ୍କ ମଧ୍ୟରୁ କେହି ଯୁଦ୍ଧ ଚାହୁଁନା। ସୀମାନ୍ତ ଅଞ୍ଚଳରେ ମଧ୍ୟ ଆମ୍ଭମାନଙ୍କ ମଧ୍ୟରୁ କେହି ସଂଘର୍ଷ କରିବାକୁ ଚାହୁଁନାହୁଁ। ଅନେକ ବର୍ଷ ହେବ ସୀମା ସମସ୍ୟା ଲାଗି ରହିଥିବାରୁ ରାଜିନାମାରେ ଅବତୀର୍ଣ୍ଣ ହେବା ସହଜସାଧ୍ୟ ନୁହେଁ। ଆମର ଦୁଇ ନେତା ସେ ସଂକ୍ରାନ୍ତରେ ସହମତିରେ ଉପନୀତ ହୋଇଛନ୍ତି। ମୋର ମନେହୁଏ ଆମେ ସମାଧାନର ଉପାୟ ପାଇଯିବା।
Follow Us