ତେଜିଲା ସୀମା ବିବାଦ: ଆସାମ ମୁଖ୍ୟମନ୍ତ୍ରୀ ଏବଂ ୬ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ ନାଁରେ ‘ଏଫ୍‌ଆଇର୍‌’ ଦେଲା ମିଜୋରାମ ପୁଲିସ

ତେଜିଲା ସୀମା ବିବାଦ: ଆସାମ ମୁଖ୍ୟମନ୍ତ୍ରୀ ଏବଂ ୬ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ ନାଁରେ ‘ଏଫ୍‌ଆଇର୍‌’ ଦେଲା ମିଜୋରାମ ପୁଲିସ

Image Courtesy of India Today

ଗୌହାଟି: ଦୁଇ ଉତ୍ତରପୂର୍ବ ରାଜ୍ୟ ମଧ୍ୟରେ ସୀମା ବିବାଦ ତେଜୁଥିବା ବେଳେ ଶୁକ୍ରବାର ଦିନ ମିଜୋରାମ ପୁଲିସ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଛି। ହିମନ୍ତ ବିଶ୍ବଶର୍ମାଙ୍କ ପ୍ରଶାସନର ୬ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ପ୍ରାୟ ୨୦୦ ଅନାମିତ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ କରାଯାଇଛି।

‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଥିବା ପୁଲିସ କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି ଆସାମର ଜଣେ ଇନ୍ସପେକ୍ଟର୍‌ ଜେନେରାଲ୍, ଜଣେ ଡେପୁଟି ଇନ୍ସପେକ୍ଟର୍‌ ଜେନେରାଲ୍ ଓ ଜଣେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌। କଛାର ଜିଲ୍ଲା ଡେପୁଟି କମିସନର୍‌ଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

ଆସାମର କଛାର ସୀମାନ୍ତବର୍ତ୍ତୀ ମିଜୋରାମ୍‌ର କୋଲାସିବ ଜିଲ୍ଲା ଅନ୍ତର୍ଗତ ବୈରେଙ୍ଗ୍‌ତେ ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଛି।

publive-image Image Courtesy of NDTV

‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ସ୍ବଳ୍ପସଂଖ୍ୟକ ପୁଲିସ ଥିବାରୁ ନିଜର ଛାଉଣି (କ୍ୟାମ୍ପ୍‌) ସୁରକ୍ଷିତ ରଖିବା‌ ଉଦ୍ୟମ ବୃଥା ହୋଇଥିଲା। ଘଟଣା ସଂକ୍ରାନ୍ତରେ ଜାଣିବା ପରେ କୋଲାସିବ ଏସ୍‌ପି ଏବଂ ତାଙ୍କ ଦଳ ତୁରନ୍ତ ଘଟଣାସ୍ଥଳକୁ ଆସି ଆସାମ ପୁଲିସ ସହ ଆପୋସ ବୁଝାମଣା କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ସେମାନେ କିନ୍ତୁ, ଯୁକ୍ତି ଶୁଣିବାକୁ ପ୍ରସ୍ତୁତ ନ ଥିଲେ ବରଂ ଜବରଦସ୍ତି କୋଲାସିବ ଏସ୍‌ପିଙ୍କୁ କହିଲେ ଯେ, ସମ୍ପୃକ୍ତ ଅଞ୍ଚଳ ଆସାମର ପରିସୀମା ମଧ୍ୟରେ ପଡୁଛି। ତେଣୁ, ସ୍ବୟଂ ଆସାମର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସେଠାରେ କ୍ୟାମ୍ପ୍‌ଟିଏ ବସାଇବା ସେମାନଙ୍କର ଉଦ୍ଦେଶ୍ୟ।

ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ବଳପୂର୍ବକ ମିଜୋରାମ ‘ବିଓପି’କୁ ଦଖଲ କରି ଗୋଟାଏ କ୍ୟାମ୍ପ୍‌ ନିର୍ମାଣ କରିବା ଲାଗି ଆସାମ ପୁଲିସ ଟିମ୍‌ ୨୦ଟି ଗାଡ଼ିରେ ତମ୍ବୁ ଏବଂ ଅନ୍ୟାନ୍ୟ ଉପକରଣ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe