ଚୀନ୍ ସହ ସୀମା ବିବାଦ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ଶାନ୍ତି ଓ ସ୍ଥିରତାକୁ ପ୍ରଭାବିତ କରିଛି

Advertisment
ଚୀନ୍ ସହ ସୀମା ବିବାଦ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ଶାନ୍ତି ଓ ସ୍ଥିରତାକୁ ପ୍ରଭାବିତ କରିଛି

Image Courtesy of Hindustan Times

ନୂଆଦିଲ୍ଲୀ: ଚୀନ୍ ସହ ଜଟିଳ ସୀମା ବିବାଦ ସମାଧାନ କରିବା ଲାଗି ଅଧିକ ସମୟ ଆବଶ୍ୟକ ହେବ। ତେଣୁ, ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଉପରେ ତୁରନ୍ତ ଧ୍ୟାନ ଦିଆଯିବା ଉଚିତ ବୋଲି ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.‌ ଜୟଶଙ୍କର କହିଛନ୍ତି।

ପୁଣେ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌ରେ ପୂର୍ବତନ ରାଷ୍ଟ୍ରଦୂତ ଗୌତମ ବମ୍ବାୱାଲେଙ୍କ ସହ ଅନ୍‌ଲାଇନ୍ କଥାବାର୍ତ୍ତା ସମୟରେ ଜୟଶଙ୍କର କହିଲେ, ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଥିବା କାରଣରୁ ୧୯୮୦ ମସିହା ଠାରୁ ବାଣିଜ୍ୟ, ପର୍ଯ୍ୟଟନ ଏବଂ ସାମାଜିକ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ଭାରତ ଓ ଚୀନ୍ ସହଯୋଗ ବୃଦ୍ଧି କରି ଆସୁଛନ୍ତି। କିନ୍ତୁ, ଏବର୍ଷ ସୀମା ବିବାଦ ପରିସ୍ଥିତିକୁ ଖୁବ୍ ପ୍ରଭାବିତ କରିଛି।

publive-image Image Courtesy of India.com

ଆମେ ବୁଝୁଛୁ ସୀମା ବିବାଦ ସମାଧାନ ଜଟିଳ ଓ କଷ୍ଟକର ବ୍ୟାପାର। ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ସ୍ତରରେ ଏ ସଂକ୍ରାନ୍ତରେ ଅନେକ ରାଜିନାମା ହୋଇଛି। ସୁସମ୍ପର୍କ ନିମନ୍ତେ ଏହି ବିବାଦ ଗୋଟାଏ ବଡ଼ ପ୍ରତିବନ୍ଧକ। ଯଦି ଶାନ୍ତି ଓ ସ୍ଥିରତା ପ୍ରଭାବିତ ହେବ, ସମ୍ପର୍କ ଉପରେ ମଧ୍ୟ ତା’ର ପ୍ରଭାବ ପଡ଼ିବ। ତାହାହିଁ ଆଜି ଆମେ ଦେଖୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe