ସୀମାରେ ଉତ୍ତେଜନା ହ୍ରାସ: ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର କଲା ଚୀନ୍‌

Advertisment

 ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର  ଜେନେଭାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଚୀନ୍‌ ସହ ଭାରତର ଥିବା ସୀମା ବିବାଦ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ।

 ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର  ଜେନେଭାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଚୀନ୍‌ ସହ ଭାରତର ଥିବା ସୀମା ବିବାଦ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ।

ggjg

ନୂଆଦିଲ୍ଲୀ: ଗଲୱାନ୍‌ ଭ୍ୟାଲି ସମେତ ଚୀନ୍‌ ପୂର୍ବ ଲଦାଖର ୪ଟି ସ୍ଥାନରୁ ସେନା‌ ପ୍ରତ୍ୟାହାର କରିଛି।  ଏକଥା ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।  ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର  ଜେନେଭାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଚୀନ୍‌ ସହ ଭାରତର ଥିବା ସୀମା ବିବାଦ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ।  ଜୟଶଙ୍କର କହିଥିଲେ  ଚୀନ୍‌ ସହ ଥିବା ସେନା ପ୍ରତ୍ୟାହାର ସମସ୍ୟାର ୭୫ ପ୍ରତିଶତ ସମାଧାନ ହୋଇଛି ଏବଂ  ଭାରତ-ଚୀନ୍‌ ସୀମା ଆଲୋଚନାରେ ଅଗ୍ରଗତି ହୋଇଛି।    

ଜୟଶଙ୍କରଙ୍କର ଏହି ଟିପ୍ପଣୀ ପରେ ଚୀନ୍‌ ଗଲୱାନ୍‌ ଭ୍ୟାଲି ସମେତ ପୂର୍ବ ଲଦାଖରେ ୪ଟି ସ୍ଥାନରୁ ସେନା ପ୍ରତ୍ୟାହାର କରିଥିବା ସ୍ପଷ୍ଟ କରିଛି।  ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନିକଟରେ ରୁଷ୍‌ରେ ହୋଇଥିବା ବୈଠକ ସମୟରେ ଉଭୟ ଭାରତ ଓ ଚୀନ୍‌ ସେମାନଙ୍କ ଦ୍ବିପାକ୍ଷିକ ସମ୍ପର୍କରେ ସୁଧାର ଦିଗରେ ସୁଯୋଗ ସୃଷ୍ଟି କରିବାପାଇଁ ରାଜି ହୋଇଥିଲେ।  ଉଲ୍ଲେଖଯୋଗ୍ୟ,  ସେଣ୍ଟ୍‌ ପିଟର୍ସବର୍ଗ‌୍‌ରେ  ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ‌ଡୋଭାଲ ଏବଂ ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ସି ବ୍ରିକ୍ସ ସମ୍ମିଳନୀ ଅବସରରେ କଥା ହୋଇଥିଲେ।  ଭାରତ-ଚୀନ୍‌ ସୀମା ବିବାଦ ସଂକ୍ରାନ୍ତରେ ଆଲୋଚନା ପାଇଁ ଡୋଭାଲ୍‌ ଏବଂ ୱାଙ୍ଗ୍‌ ଉଭୟ ରାଷ୍ଟ୍ରର ସ୍ବତନ୍ତ୍ର ପ୍ରତିନିଧି ଭାବେ ଆଲୋଚନା କରିଥିଲେ।  ଭାରତ-ଚୀନ୍‌ ସୀମା ସ୍ଥିତି ନିୟନ୍ତ୍ରଣ‌ରେ ରହିଛି ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe