ସାଙ୍ଗମାନଙ୍କ ସହ ତାସ୍ ଖେଳି ୨୪ଜଣଙ୍କୁ କୋଭିଡ୍-୧୯ ସଂକ୍ରମିତ କଲେ ‘ବୋର୍‌’ ହୋଇଯାଇଥିବା ଟ୍ରକ୍‌ ଡ୍ରାଇଭର୍

ସାଙ୍ଗମାନଙ୍କ ସହ ତାସ୍ ଖେଳି ୨୪ଜଣଙ୍କୁ କୋଭିଡ୍-୧୯ ସଂକ୍ରମିତ କଲେ ‘ବୋର୍‌’ ହୋଇଯାଇଥିବା ଟ୍ରକ୍‌ ଡ୍ରାଇଭର୍

Image Source: Hindustan Times

ଅମରାବତୀ: ‘ବୋର୍’ ହୋଇଯାଇଥିବା ଜଣେ ଟ୍ରକ୍ ଚାଳକ ସମୟ ବିତାଇବାକୁ ସାଙ୍ଗ ଓ ପଡ଼ୋଶୀମାନଙ୍କ ସହ ତାସ୍ ଖେଳରେ ମାତି ୨୪ ଜଣଙ୍କୁ କରୋନାଭାଇରସ୍ ଦ୍ବାରା ସଂକ୍ରମିତ କରାଇଛନ୍ତି। ଘଟଣାଟି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ବିଜୟୱାଡ଼ା ସହରର ଗୋଟାଏ ଅଞ୍ଚଳରେ ଘଟିଥିବା କଥା ଶନିବାର ଦିନ କୃଷ୍ଣା ଜିଲ୍ଲାର ଜିଲ୍ଲାପାଳ ଏ. ମହମ୍ମଦ ଇମ୍‌ତିଆଜ୍ କହିଛନ୍ତି।

ବିଜୟୱାଡ଼ା ସହରର ଅନ୍ୟ ଏକ ଅଞ୍ଚଳରେ ମଧ୍ୟ ଆଉ ଜଣେ ଟ୍ରକ୍‌ ଡ୍ରାଇଭର୍ କେତେକ ଲୋକଙ୍କୁ ଏକତ୍ର କରାଇ ୧୫ଜଣଙ୍କୁ କରୋନାଭାଇରସ୍ ସଂକ୍ରମଣ କରାଇଛନ୍ତି।

ଗତ ଦୁଇ ଦିନରେ ଏ ଦୁଇଟି ଘଟଣା ସହରର ପ୍ରାୟ ୪୦ଜଣଙ୍କୁ କୋଭିଡ୍-୧୯ ଆକ୍ରାନ୍ତ କରିପକାଇଛି।

publive-image Image Source: Zee News

ପ୍ରଥମ ଘଟଣାର ଟ୍ରକ୍ ଚାଳକ ହେଉଛନ୍ତି କୃଷ୍ଣଲଙ୍କା ଅଞ୍ଚଳର। ତାଙ୍କୁ ‘ବୋର୍’ ଲାଗିବାରୁ ସେ ସାଙ୍ଗ ଓ ପଡ଼ୋଶୀମାନଙ୍କ ସହ ବସି ତାସ୍ ଖେଳରେ ମାତିଥିବା ବେଳେ ମହିଳାମାନେ ଏକତ୍ର ହୋଇ ତମ୍ବୋଲା ଖେଳିଲେ। ଏଥିଯୋଗୁଁ ୨୪ ଜଣଙ୍କ ଠାରେ ମାରାତ୍ମକ କରୋନାଭାଇରସ୍ ସଂକ୍ରମିତ ହୋଇଗଲା।

ଦ୍ବିତୀୟ ଘଟଣାଟି ଘଟିଛି କର୍ମିକା ନଗର ଅଞ୍ଚଳରେ। ସେଠାରେ ଜଣେ ଟ୍ରକ୍ ଡ୍ରାଇଭର୍ ସାଙ୍ଗସାଥୀ ଧରି ବୁଲାବୁଲି କରିବା ଦ୍ବାରା ୧୫ ଜଣ ବ୍ୟକ୍ତି କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଗଲେ।

ଜିଲ୍ଲାପାଳ ଇମ୍‌ତିଆଜ୍ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଲୌକିକ ବା ଗଣ ଦୂରତା ବଜାୟ ନ ରଖିବା ଯୋଗୁଁ ଏମିତି ଘଟିଲା। ତେଣୁ ଶାରୀରିକ ଦୂରତା ବଜାୟ ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ବିଜୟୱାଡ଼ା ହେଉଛି ରାଜ୍ୟର ଅନ୍ୟତମ ପ୍ରମୁଖ କରୋନାଭାଇରସ୍ ହଟ୍‌ସ୍ପଟ୍ ଯେଉଁଠି ଏଯାବତ୍ ୧୦୦ଟି ସଂକ୍ରମଣ ମାମଲା ପଞ୍ଜୀକୃତ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe