୫୫ବର୍ଷ ବୟସରେ ପୁଣି ବାପା ହେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରେମିକା କ୍ୟାରି ସିମଣ୍ଡସ୍

୫୫ବର୍ଷ ବୟସରେ ପୁଣି ବାପା ହେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରେମିକା କ୍ୟାରି ସିମଣ୍ଡସ୍

time

ଲଣ୍ଡନ୍: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ ତାଙ୍କ ପ୍ରେମିକା କ୍ୟାରି ସିମଣ୍ଡସ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ନେଇ ଘୋଷଣା କରିଛନ୍ତି। ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ବୁଧବାର ସକାଳେ ସାଇମଣ୍ଡସ୍ ଲଣ୍ଡନର ଏକ ଡାକ୍ତରଖାନାରେ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ଏବଂ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି।

Boris Johnson, Carrie Symonds announce birth of baby boy New ... New Telegraph

ସୂଚନ ମୁତାବକ, ଜନସନ(୫୫) ଏବଂ ସିମଣ୍ଡସ୍(୩୨) ଫେବୃଆରିରେ ଏକାଠି ଏକ ସନ୍ତାନ ଆଶା କରୁଥିବା ନେଇ ଘୋଷଣା କରିଥିଲେ | ସେହି ସମୟରେ ସେମାନେ କହିଥିଲେ ଯେ, ପ୍ରସବ ଗ୍ରୀଷ୍ମ ଋତୁର ପ୍ରାରମ୍ଭରେ ହେବ। କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜନସନ ସୁସ୍ଥ ହୋଇ ସୋମବାର ଦିନ କାମକୁ ଫେରିଥିବା ବେଳେ ଆଜି ତାଙ୍କୁ ଏହି ଖୁସି ଖବର ମିଳିଛି। କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଏକ ସପ୍ତାହ ବିତାଇଥିଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ | ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତିନି ରାତି ତାଙ୍କୁ ଆଇସିୟୁରେ ରହିବାକୁ ପଡ଼ିଥିଲା। ତେବେ ସାଇମଣ୍ଡସ୍ ମଧ୍ୟ କରୋନାଭାଇରସ୍ ଲକ୍ଷଣ ସହିତ ଏକ ସପ୍ତାହ ଧରି ଅସୁସ୍ଥ ଥିବା ବେଳେ ଆଜି ସେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁଟି କରୋନା ଆକ୍ରାନ୍ତ ହୋଇ ନଥିବା ଜଣା ପଡିଛି | ଦ୍ୱିତୀୟ ପତ୍ନୀ ତେବେ କ୍ୟାରି ସିମଣ୍ଡସଙ୍କ ପୂର୍ବରୁ ମାରିନା ହ୍ୱିଲର୍ଙ୍କ ସହିତ ଜନସନଙ୍କର ଚାରୋଟି ସନ୍ତାନ ରହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe