ବୋରିସ୍ ଜନସନଙ୍କ ବାଥରୁମ୍‌ରେ ଗୁପ୍ତ ଉପକରଣ ଲୁଚାଇ ରଖିଥିଲେ! ନେତାନ୍ୟାହୁ : ଗୁମର ଖୋଲିଲା

Advertisment

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୂଚାଇ ଦେଇଛନ୍ତି ଯେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ୨୦୧୭ ରେ ଲଣ୍ଡନ ଗସ୍ତ କରିବା ସମୟରେ ତାଙ୍କ ବାଥରୁମ୍‌ରେ ଏକ ଗୁପ୍ତ ଶ୍ରବଣ ଉପକରଣ ଲୁଚାଇ ରଖିଥିଲେ। ପରେ ବାଥରୁମ ସଫା କରିବା ସମୟରେ ଏହି ଉପକରଣ ମିଳିଥିଲା...

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୂଚାଇ ଦେଇଛନ୍ତି ଯେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ୨୦୧୭ ରେ ଲଣ୍ଡନ ଗସ୍ତ କରିବା ସମୟରେ ତାଙ୍କ ବାଥରୁମ୍‌ରେ ଏକ ଗୁପ୍ତ ଶ୍ରବଣ ଉପକରଣ ଲୁଚାଇ ରଖିଥିଲେ। ପରେ ବାଥରୁମ ସଫା କରିବା ସମୟରେ ଏହି ଉପକରଣ ମିଳିଥିଲା...

WhatsApp Image 2024-10-04 at 5.13.44 PM

ଲଣ୍ଡନ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ୨୦୧୭ମସିହାରେ ବ୍ରିଟେନରେ ବୈଦେଶିକ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସମୟରେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ବାଥରୁମରେ ଏକ ଶ୍ରବଣ ଉପକରଣ ଲୁଚାଇ ରଖିଥିଲେ ବୋଲି ଜଣାଯାଇଛି।

ବ୍ରିଟିଶ ଗଣମାଧ୍ୟମ ଜନସନଙ୍କ ଆଗାମୀ ପୁସ୍ତକ 'ଅନଲିଶଡ୍' ର କିଛି ଉଦ୍ଧୃତ ଆଧାରରେ ଏହି ଦାବି କରିଛନ୍ତି। ବୋରିସ୍ ଜନସନଙ୍କ ଏହି ପୁସ୍ତକ ଅକ୍ଟୋବର ୧୦ରେ ବଜାରକୁ ଆସିବ। ଏହି ପୁସ୍ତକର ଏକ ଅଂଶ ସାମ୍ନାକୁ ଆସିଛି ଯେଉଁଥିରେ ନେତାନ୍ୟାହୁ ଗୁପ୍ତଚରୀ କରୁଥିବା  ସନ୍ଦେହ କରାଯାଇଛି।

ନେତନ୍ୟାହୁ ୨୦୧୭ରେ ଲଣ୍ଡନ ଗସ୍ତରେ ଥିବା ସମୟରେ ଏହା ଘଟିଥିଲା।  ଦି ଟେଲିଗ୍ରାଫ୍ ଗୁରୁବାର ରିପୋର୍ଟ କରିଛି ଯେ ନେତାନ୍ୟାହୁ ତାଙ୍କର ପ୍ରଥମ ଲଣ୍ଡନ ଗସ୍ତ ସମୟରେ ଏଭଳି କରିଥିଲେ।  ସେ ଏହି ସମୟରେ ଜନସନଙ୍କ ବାଥରୁମ ବ୍ୟବହାର କରିଥିଲେ ।

 ଜନସନ ଏହା ବିଷୟରେ ଲେଖିଛନ୍ତି, 'ନେତାନ୍ୟାହୁ ସେଠାରେ କିଛି ଥର ବାଥରୁମକୁ ଯାଇଥିଲେ ଏବଂ ଏହା କୌଣସି ସମସ୍ୟାର କାରଣ ହୋଇପାରେ କିମ୍ବା ହୋଇ ନ ପାରେ। କିନ୍ତୁ ମୋତେ କୁହାଯାଇଥିଲା ଯେ ପରେ ଥଣ୍ଡରବକ୍ସରେ ଏକ ଶ୍ରବଣ ଉପକରଣ ମିଳିଥିଲା।

ବୋରିସ୍ ଜନସନଙ୍କ ପୁସ୍ତକରେ ଉଲ୍ଲେଖ କରାଯାଇଥିବା ନେତାନ୍ୟାହୁଙ୍କ ଗସ୍ତ ସମୟ‌ରେ ଜନସନ  ବୈଦେଶିକ ମନ୍ତ୍ରୀ ଥିଲେ।  ଜନସନ ବ୍ରିଟେନର ‌ବୈଦେଶିକ ମନ୍ତ୍ରୀ ଥିଲେ ତେଣୁ ସେ ନେତାନ୍ୟାହୁଙ୍କୁ ବ୍ରିଟିଶ ବୈଦେଶିକ କାର୍ଯ୍ୟାଳୟରେ ଭେଟିଥିଲେ। ଏହି ସମୟ ମଧ୍ୟରେ, ନେତାନ୍ୟାହୁ ଜନସନଙ୍କ ବ୍ୟକ୍ତିଗତ ବାଥରୁମ ବ୍ୟବହାର କରିଥିଲେ ।

 ବର୍ତ୍ତମାନ ଜନସନ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ତାଙ୍କ ସୁରକ୍ଷାକର୍ମୀମାନେ ପରେ ବାଥରୁମରୁ ଏକ ଶ୍ରବଣ ଉପକରଣ ଜବତ କରିଥିଲେ। ଜନସନ ନେତାନ୍ୟାହୁଙ୍କୁ 'ବିବି' ଉପନାମ‌ ଦେଇଛନ୍ତି।

ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ଜନସନଙ୍କ ଦ୍ବାରା ଉଲ୍ଲେଖ କରାଯାଇଥିବା ଏପିସୋଡ୍ ଆମେରିକାର ତିନିଜଣ ପୂର୍ବତନ ଅଧିକାରୀଙ୍କ ଦ୍ବାରା ଇସ୍ରାଏଲ ହ୍ବାଇଟ ହାଉସରେ ଗୁପ୍ତଚରୀ କରିଥିବା ଅଭିଯୋଗ କରିବା ପରେ କିଛି ଦିନ  ପରେ ଆସିଥିଲା। ଏହା ପରେ ନେତାନ୍ୟାହୁ ସେହି ରିପୋର୍ଟକୁ ଅସ୍ୱୀକାର କରିଥିଲେ ଏବଂ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କହିଥିଲେ ଯେ ଏହାକୁ ବିଶ୍ୱାସ କରାଯାଇପାରିବ ନାହିଁ।

ଆମେରିକାର ଗୁପ୍ତଚର ତଥ୍ୟକୁ ଆଧାର କରି ଫ୍ରାନ୍ସର ଖବରକାଗଜ ଲେ ମୋଣ୍ଡେ ମଧ୍ୟ ଇସ୍ରାଏଲ୍ ସରକାର  ବିଦେଶରେ ମିଶନ ଗୁପ୍ତଚରୀ କରିଥିବା ଅଭିଯୋଗ କରିଥିଲା। ଏପରି ପରିସ୍ଥିତିରେ, ଯେତେବେଳେ ବୋରିସ୍ ଜନସନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କୁ ଗୁପ୍ତଚର ଭଳି କିଛି କରିଛନ୍ତି ବୋଲି ସନ୍ଦେହ କରୁଛନ୍ତି, ଏହି ପୁରୁଣା ରିପୋର୍ଟଗୁଡ଼ିକ ପୁଣି ଥରେ ଆଲୋଚନାକୁ ଆସିଛି।

 ସୂଚନାଯୋଗ୍ୟ, ବ୍ରିଟେନ ଏବଂ ଇସ୍ରାଏଲର ଘନିଷ୍ଠ ସମ୍ପର୍କ ରହିଛି। ଏଭଳି ପରିସ୍ଥିତିରେ ଜନସନଙ୍କ ଦାବି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ମଧ୍ୟ ପ୍ରଭାବ ପକାଇବାର ଆଶଙ୍କା ରହିଛି ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe