TeluguWishesh
ଲଣ୍ଡନ : କରୋନା ଭାଇରସ୍ ଆକ୍ରାନ୍ତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ସେ କ୍ରମାଗତ ଭାବେ ଦ୍ବିତୀୟ ରାତି ପାଇଁ ଆଇସିୟୁରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ହେବାକୁ ଲାଗୁଛି ବୋଲି ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍ବେଗଜନକ ହୋଇ ପଡ଼ିଥିଲା। ଗତ ରବିବାର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନଙ୍କୁ ସେଣ୍ଟ୍ ଥୋମାସ ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ବ୍ରିଟେନ୍ ସ୍ବାସ୍ଥ୍ୟମନ୍ତ୍ରୀ ଏଡ୍ୱାର୍ଡ ଆର୍ଗାର କହିଛନ୍ତି।
Follow Us