ସାବରମତି ଆଶ୍ରମରେ ଚରଖା ଚଳାଇବା ଶିଖିଲେ ବୋରିସ ଜନସନ, ଭାଇରାଲ ହେଲା ଭିଡିଓ

ସାବରମତି ଆଶ୍ରମରେ ଚରଖା ଚଳାଇବା ଶିଖିଲେ ବୋରିସ ଜନସନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଭାରତରେ ପହଞ୍ଚିବା ପରେ ସେ ପ୍ରଥମେ ଗୁଜରାଟର ଅହମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ। କେବଳ ଏତିକି ନୁହେଁ, ବୋରିସ୍ ଏଠାରେ ଚରଖା ଚଲାଇବା ମଧ୍ୟ ଶିଖିଥିଲେ ବୋଲି ଜଣାପଡ଼ିଛି। ବୋରିସ ଜନସନ ଚରଖା ଚଳାଉଥିବାର ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଳେ ସେ ତଳେ ବସି ଚରଖା ଚଳାଉଥିବା ଦେଖାଯାଇଛି।

ତେବେ ଆଶ୍ରମରୁ ବାହାରିବା ପୂର୍ବରୁ ବୋରିସ୍ ଜନସନ ଗାନ୍ଧୀ ଆଶ୍ରମର ପରିଦର୍ଶକ ପୁସ୍ତକରେ ନିଜ ମନ କଥା ଲେଖିଥିଲେ। ଆଶ୍ରମକୁ ଆସିବା ଏବଂ ବିଶ୍ବକୁ ବଦଳାଇବା ପାଇଁ ସେ କିପରି ସତ୍ୟ ଏବଂ ଅହିଂସା ଭଳି ସରଳ ନୀତି ଆପଣାଇଥିଲେ ତାହା ବୁଝିବା ମୋ ପାଇଁ ଭାଗ୍ୟର ବିଷୟ ବୋଲି ପୁସ୍ତକରେ ଲେଖିଥିଲେ ଜନସନ। ତାଙ୍କର ଅହମଦାବାଦ ଗସ୍ତ ସମୟରେ ଜନସନ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କୁ ମଧ୍ୟ ଭେଟିଥିଲେ। ଦୁହେଁ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯିବ। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଭେଟିବେ। କେବଳ ଏତିକି ନୁହେଁ ସେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe