‘ଭବ୍ୟ ସ୍ବାଗତ’ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ବୋରିସ୍‌ ଜନ୍‌ସନ୍‌

‘ଭବ୍ୟ ସ୍ବାଗତ’ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ବୋରିସ୍‌ ଜନ୍‌ସନ୍‌

Image Courtesy of Zee News

ନୂଆଦିଲ୍ଲୀ: ‘ବଭ୍ୟ ସ୍ବାଗତ’ ପାଇଁ ଆପଣଙ୍କୁ ଧନ୍ୟବାଦ ବୋଲି ଆଜି ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି।

ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ସକାଳେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍‌ସନ୍‌ଙ୍କୁ ବଭ୍ୟ ସମ୍ବର୍ନ୍ଧନା ଦେଇ ସ୍ବାଗତ କରିଥିଲେ। ତାଙ୍କୁ ‘ଗାର୍ଡ ଅଫ୍‌ ଅନର୍‌’ ମଧ୍ୟ ଦିଆଯାଇଥିଲା।

ଜନ୍‌ସନ୍‌ କହିଛନ୍ତି, ଦୁଇ ଗଣତନ୍ତ୍ର (ଗୋଟିଏ ସର୍ବବୃହତ୍‌ ଓ ଅନ୍ୟଟି ସର୍ବ ପୁରାତନ) ଭାରତ ଓ ଇଂଲଣ୍ଡ୍‌ ବନ୍ଧୁତ୍ବ ପାଇଁ ଏହା ଅତ୍ୟନ୍ତ ମାଙ୍ଗଲ୍ୟକର ସମୟ। ଏବେ ଭାରତ ଏବଂ ଇଂଲଣ୍ଡ୍‌ ମଧ୍ୟରେ ଥିବା ଏତେ ଉତ୍ତମ ଓ ନିବିଡ଼ତା ପୂର୍ବରୁ କେବେ ଥିଲା ବୋଲି ମୋର ମନେହୁଏ ନାହିଁ।

publive-image Image Courtesy of India Today

ଏହା ଆଗରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌. ଜୟଶଙ୍କର ମଧ୍ୟ ଦିଲ୍ଲୀରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ଆଲୋଚନା କରିଥିଲେ। ଜୟଶଙ୍କର କହିଛନ୍ତି ଯେ, ସେ ଆମର ଭାଗିଦାରିତା ସମ୍ପ୍ରସାରଣ ଏବଂ ‘ଭାରତ-ଇଂଲଣ୍ଡ୍‌ ରୋଡ୍‌ମ୍ୟାପ୍‌ ୨୦୩୦’ ଲାଗୁ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହାପରେ ରାଜଘାଟ ଯାଇ ଜନ୍‌ସନ୍‌ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ପାଇଁ ହାଇଦ୍ରାବାଦ ହାଉସ୍‌ରେ ପହଞ୍ଚିଛନ୍ତି। ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe