‘ଭାରତରେ ଲାଗିଲା, ମୁଁ ଯେମିତି ସଚିନ୍‌ କିମ୍ବା ଅମିତାଭ’: ବୋରିସ୍‌ ଜନ୍‌ସନ

Advertisment
‘ଭାରତରେ ଲାଗିଲା, ମୁଁ ଯେମିତି ସଚିନ୍‌ କିମ୍ବା ଅମିତାଭ’: ବୋରିସ୍‌ ଜନ୍‌ସନ

The Times

ନୂଆଦିଲ୍ଲୀ: ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏବେ ଭାରତ ଗସ୍ତରେ ଅଛନ୍ତି। ଭାରତରେ ତାଙ୍କୁ ଯେଭଳି ଭବ୍ୟ ସ୍ବାଗତ କରାଯାଇଛି, ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହି ଗସ୍ତକୁ ଦ୍ବିପାକ୍ଷିକ ସଂପର୍କରେ ଅତୀବ ମହତ୍ତ୍ବପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି। ବିଶେଷକରି, ଗତକାଲି ଗୁଜରାଟ ଗସ୍ତ ସମୟର ତାଙ୍କୁ କରାଯାଇଥିବା ସ୍ବାଗତ୍‌ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ସମ୍ମିଳନୀରେ କହିଛନ୍ତି, ‘ ଅହମ୍ମଦାବାଦରେ ଚାରିଆଡ଼େ ମୋର ହୋର୍ଡିଂ ଦେଖି ମତେ ଲାଗିଲା ମୁଁ ଯେମିତି ସଚିନ ତେନ୍ଦୁଲକର ଏବଂ ଅମିତାଭ ବଚ୍ଚନ। ବ୍ରିଟେନ୍‌ରେ ଅଧା ବ୍ରିଟିଶ୍‌-ଭାରତୀୟଙ୍କ ଘର ଗୁଜରାଟରେ ଏବଂ ସେଠାରେ ଏଭଳି ସ୍ବାଗତ ସମ୍ବର୍ଦ୍ଧନା ମତେ ଅଭିଭୂତ କରିଥିଲା ବୋଲି ବୋରିସ୍‌ କହିଛନ୍ତି।’

ଭାରତ-ବ୍ରିଟେନ୍‌ ସଂପର୍କ ଏତେ ଘନିଷ୍ଠ ପୂର୍ବରୁ କେବେ ନଥିଲା ବୋଲି ବୋରିସ୍‌ ଜନ୍‌ସନ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଜି ରାଷ୍ଟ୍ରପତି ଭବନରେ ମଧ୍ୟ ବୋରିସ୍‌ଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସ୍ବାଧୀନତାର ଅମୃତ ମହୋତ୍ସବ ସମୟରେ ବୋରିସ୍‌ଙ୍କ ଭାରତ ଗସ୍ତ ଐତିହାସିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe