୫୫ ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ ଅଲଗା ହେଲେ ଦୁଇ ଯାଆଁଳା ଭଉଣୀ

୫୫ ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ ଅଲଗା ହେଲେ ଦୁଇ ଯାଆଁଳା  ଭଉଣୀ

ଲଣ୍ଡନ: ପାକିସ୍ତାନର ଦୁଇବର୍ଷର ଯାଆଁଳା ଭଉଣୀଙ୍କୁ ଲଣ୍ଡନସ୍ଥିତ ଏକ ହସ୍‌ପିଟାଲ୍‌ରେ ଡାକ୍ତର ଅଲଗା କରିବାରେ ସଫଳତା ହାସଲ କରିଛନ୍ତି। ଲଣ୍ଡନର ଗ୍ରେଟ ଆରମଣ୍ଡ ଷ୍ଟ୍ରିଟ ହସ୍‌ପିଟାଲ୍‌ରେ ଡାକ୍ତର ଜନ୍ମରୁ ମୁଣ୍ଡ ଯୋଡ଼ି ହୋଇ ରହିଥିବା ଦୁଇଶିଶୁଙ୍କ ପାଖାପାଖି ୫୫ଘଣ୍ଟା ଅସ୍ତ୍ରୋପଚାର କରିବାପରେ ଦୁହିଁଙ୍କୁ ସଫଳତାର ସହ ଅଲଗା କରିଛନ୍ତି।

publive-image

ଦୁଇବର୍ଷର ଦୁଇ ଶିଶୁଙ୍କ ନାମ ସଫା ଓ ମାରଓ୍ଵା ଉଲ୍ଲାହ ବୋଲି ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଦୁଇବର୍ଷର ସଫା ଓ ମାରଓ୍ଵାଙ୍କ ଦୀର୍ଘ ସମୟର ଏହି ସଫଳ ଅସ୍ତ୍ରୋପଚାର ନେଇ ଗ୍ରେଟ ଆରମଣ୍ଡ ଷ୍ଟ୍ରିଟ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଥିଲେ।

publive-image

ସୂଚନାଯୋଗ୍ୟ, ପ୍ରତ୍ୟେକ ୨.୫ ମିଲିୟନ ନବଜାତ ଶିଶୁଙ୍କ ମଧ୍ୟରୁ ଏମତି ୫ ପ୍ରତିଶତ ମୁଣ୍ଡ ଯୋଡ଼ି ହୋଇଥିବା ଯାଆଁଳା ଶିଶୁ ଜନ୍ମ ନେଇଥାଆନ୍ତି। ସଫା ଓ ମାରଓ୍ଵା ନାମକ ଏହି ଯାଆଁଳା ଶିଶୁଙ୍କୁ ୧୯ମାସ ହୋଇଥିବା ବେଳେ ଲଣ୍ଡନ ଅଣା ଯାଇଥିଲା। ସର୍ଜିକାଲ ଓ ମେଡିକାଲ ଟିମ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଯାଆଁଳା ଶିଶୁ ଦୁଇଙ୍କ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୯ ଫେବ୍ରୁଆରିରେ ଦୁହିଁଙ୍କ ଶେଷ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ ହେବା ପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଥିଲେ। ଏହା ପୂର୍ବରୁ ଏହି ଟିମ୍‌ ୨୦୦୬ ଓ ୨୦୧୧ରେ ଏଭଳି ବିରଳ ଅସ୍ତ୍ରୋପଚାର କରି ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe