୨୪ଘଣ୍ଟା ପୂର୍ବରୁ କଂଗ୍ରେସକୁ ସମର୍ଥନ କରୁଥିବା କୁସ୍ତିଯୋଦ୍ଧା ବିଜେପିରେ ହେଲେ ସାମିଲ

୨୪ଘଣ୍ଟା ପୂର୍ବରୁ କଂଗ୍ରେସକୁ ସମର୍ଥନ କରୁଥିବା କୁସ୍ତିଯୋଦ୍ଧା ବିଜେପିରେ ହେଲେ ସାମିଲ

ନୂଆଦିଲ୍ଲୀ: ପେଷାଦାର କୁସ୍ତି ଖେଳାଳି ତଥା ଜଣେ ଭାରତୀୟ ରାଜନୀତିଜ୍ଞ ବିଜେନ୍ଦ୍ର ସିଂହ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ମହାସଚିବ ବିନୋଦ ତାଓଡ଼େ କୁସ୍ତିଯୋଦ୍ଧାଙ୍କୁ ସଦସ୍ୟତା ଦେଇ ଦଳକୁ ସ୍ବାଗତ କରିଛନ୍ତି।

ବିଜେପିରେ କୁସ୍ତିଯୋଦ୍ଧା ବିଜେନ୍ଦ୍ର ସିଂହଙ୍କୁ ସାମିଲ କରାଇ ବିନୋଦ ତାଓଡ଼େ କହିଛନ୍ତି, ‘ବିକଶିତ ଭାରତର ସଂକଳ୍ପ ପୁରା କରିବା ପାଇଁ ବିଜେନ୍ଦ୍ର ସିଂହ ବିଜେପିରେ ସାମିଲ ହୋଇଛନ୍ତି। ସେ ଦଳରେ ମିଶିବା ପରେ ଦଳ ଆହୁରି ଶକ୍ତିଶାଳୀ ହୋଇଯାଇଛି।ଦଳ ଲକ୍ଷ୍ୟ ପଥରେ ଆଗକୁ ଯିବାରେ ଏହା ଖୁବ ସାହାଯ୍ୟ କରିବ।

ଏହି ଖୁସିର ମୁହୂର୍ତ୍ତକୁ ନେଇ ବିଜେନ୍ଦ୍ର ସିଂହ କହିଛନ୍ତି, ‘ଦେଖିବାକୁ ଗଲେ ଏହା ଏକପ୍ରକାର ଘରକୁ ଫେରିବା ଭଳି ରହିଛି। ବହୁତ ଭଲ ଲାଗୁଛି। ଯେବେଠାରୁ ବିଜେପି ସରକାର ଆସିଛି ଦେଶ-ବିଦେଶରେ ଭାରତୀୟ ଖେଳାଳିଙ୍କ ମାନ ସମ୍ମାନ ବୃଦ୍ଧି ପାଇଛି। ମୁଁ କାହାରି କଥାରେ ଭାସି ଯାଏ ନାହିଁ ଭଲ ଦେଖିଲେ ଭଲ କୁହ ମନ୍ଦ ଦେଖିଲେ ମୁହଁରେ କହି ଦେଇଥାଏ।’

ବିଜେନ୍ଦ୍ର ସିଂହ ୨୦୧୯ରେ ଲୋକସଭା ନିର୍ବାଚନର କିଛିଦିନ ପୂର୍ବରୁ ରାଜନୀତିକୁ ଓହ୍ଲାଇଥିଲେ। କଂଗ୍ରେସ ତାଙ୍କୁ ପ୍ରାର୍ଥୀପତ୍ର ଦେଇ ଦକ୍ଷିଣଦିଲ୍ଲୀରୁ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇଥିଲା। ସେ ସମୟରେ ବିଜେନ୍ଦ୍ର ବିଜେପିର ରମେଶ ବିଧୁଡ଼ିଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ।

ବିଜେନ୍ଦ୍ରଙ୍କ ଖେଳ ଜୀବନ କଥା କହିଲେ ଭରତୀୟ କ୍ରୀଡାକ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୧୦ରେ ଦିଲ୍ଲୀରେ ଅନୁଷ୍ଠିତ କମନୱେଲଥ ଚମ୍ପିଅନସ ବକ୍ସିଙ୍ଗ ଟୂର୍ଣ୍ଣାମେଣ୍ଟରେ ସେ ଇଂଲଣ୍ଡର ଫ୍ରାଙ୍କ ବୁଗୁଲିଓନିଙ୍କୁ ୧୩-୩ରେ ହରାଇ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe