www.indiatoday.in
ନୂଆଦିଲ୍ଳୀ: ରୁଷ-ୟୁକ୍ରେନ୍ ଯୁଦ୍ଧ ଏହା ଭିତରେ ୧୪ ଦିନରେ ପହଞ୍ଚିଛି। ଜୀବନ ବିକଳରେ ଅନେକ ୟୁକ୍ରେନ୍ ନାଗରିକ ଦେଶ ଛାଡ଼ି ପଡ଼ୋଶୀ ରାଷ୍ଟ୍ରକୁ ସ୍ଥାନାନ୍ତରିତ ହେଉଛନ୍ତି। ଦକ୍ଷିଣ-ପୂର୍ବ ୟୁକ୍ରେନସ୍ଥିତ ଜାପୋରୋଜେଇ ସହରର ଜଣେ ୧୧ ବର୍ଷୀୟ ବାଳକ ନିଜେ ହିଁ ନିଜ ଦାୟିତ୍ବରେ ଦେଶ ଛାଡ଼ି ପଡ଼ୋଶୀ ରାଷ୍ଟ୍ର ସ୍ଲୋଭାକିଆକୁ ସ୍ଥାନାନ୍ତରିତ ହୋଇଛନ୍ତି। ସେ ପ୍ରାୟ ୧୪୦୦ କିଲୋମିଟରରର ଯାତ୍ରା କରିଥିବା ଜାଣିବାକୁ ମିଳିଛି।
ୟୁକ୍ରେନ୍ର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି ଯେ ବାଳକ ଜଣକ ସୁରକ୍ଷିତ ଭାବେ ପଡ଼ୋଶୀ ରାଷ୍ଟ୍ରରେ ପହଞ୍ଚିଛନ୍ତି। ବାଳକ ଜଣକ ନିଜର ନିର୍ଭୀକ ଗୁଣ ଓ ହସ ହସ ମୁହଁ ଯୋଗୁ ସମସ୍ତଙ୍କର ପ୍ରିୟ ପାତ୍ର ହୋଇ ପାରିଛନ୍ତି।
ବାଳକଙ୍କ ବାପାମଆଙ୍କୁ ୟୁକ୍ରେନରେ ହିଁ ରହିବାର ଥିବା ହେତୁ ସେ ଏକାକୀ ଯାତ୍ରା ଆରମ୍ଭ କରିଥିଲେ। ଆସିଲା ବେଳେ ତାଙ୍କ ହାତରେ ଫୋନ୍ ନମ୍ବର ଲେଖାଥିବା ଏକ କାଗଜ, ପାସ୍ପୋର୍ଟ, ମାଆଙ୍କ ଚିଠି ଓ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ମିଳିଥିଲା। ତାଙ୍କ ନିକଟରେ ଥିବା ଚିଠି ଓ ଫୋନ୍ ନମ୍ବରକୁ କେନ୍ଦ୍ର କରି ମନ୍ତ୍ରାଳୟ ପକ୍ଷରୁ ତାଙ୍କ ସଂପର୍କୀୟଙ୍କୁ ଯୋଗାଯୋଗ କରାଯାଇ ବାଳକଙ୍କୁ ସୁରକ୍ଷିତ ଭାବେ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।
Follow Us