ଖଟରୁ ଗଡ଼ି ପଡିଲା ଦୁଇବର୍ଷର ଶିଶୁ, ମୁଣ୍ଡରେ ପଶିଗଲା ପାଓ୍ଵର ପ୍ଲଗ୍‌

Advertisment
ଖଟରୁ ଗଡ଼ି ପଡିଲା ଦୁଇବର୍ଷର ଶିଶୁ, ମୁଣ୍ଡରେ ପଶିଗଲା ପାଓ୍ଵର ପ୍ଲଗ୍‌

ବେଜିଙ୍ଗ: ପିତା-ମାତା ଶିଶୁର ଅନେକ ଯତ୍ନ ନେଇ ଥାଆନ୍ତି। କିନ୍ତୁ ଅନେକ ଥର ଦେଖିବାକୁ ମିଳିଛି ଟିକେ ବି ଅସାବଧାନତା ହେତୁ ଶିଶୁକୁ କୌଣସି ନା କୌଣସି ଆଘାତ ଲାଗି ଯାଇଥାଏ। ନିକଟରେ ଦେଢ଼ବର୍ଷର ଏକ ଶିଶୁ ପ୍ରେସର କୁକର ହୁଇସିଲ ଗିଳି ଦେବା ହେତୁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ତେବେ ଏଭଲି ଏକ ଘଟଣା ଗୁଆଙ୍ଗଜୋରେ ଘଟିଛି।

publive-image

ଶିଶୁଟି ଘରେ ଖେଳୁଥିବା ସମୟରେ ହଠତ୍‌ ଖଟରୁ ତଳେ ଗଡ଼ି ପଡ଼ି ଥିଲା। ଏହି ସମୟରେ ତଳେ ଏକ ପାଓ୍ଵର ପ୍ଲଗ୍‌ ଥିଲା ଯାହାକି ଶିଶୁଟି ମୁଣ୍ଡରେ ପଶି ଯାଇଥିଲା। ଫଟୋ ଦେଖି ଜାଣି ପାରୁଥିବେ। ଏହାପରେ ଶିଶୁଟି କାନ୍ଦିବାକୁ ଲାଗିଥିଲା ଶିଶୁଟିର କାନ୍ଦ ଶୁଣି ତାର ବାପା ଓ ମାଆ ଦୌଡ଼ି ଆସିଥିଲେ। ସେମାନେ ଶିଶୁଟିର ଏଭଳି ଅବସ୍ଥା ଦେଖି ହତବାକ୍‌ ହୋଇଯାଇଥିଲେ। କ’ଣ କରିବେ କିଛି ବୁଝି ପାରି ନଥିଲେ। ସଙ୍ଗେସଙ୍ଗେ ହସପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁର ଅବସ୍ଥା ଦେଖି ଏକ୍ସ କରିଥିଲେ ଏବଂ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ବୋଲି କହିଥିଲେ। ଦୀର୍ଘ ସମୟ ଧରି ଶିଶୁର ଅସ୍ତ୍ରୋପଚାର କରିବା ପରେ ମୁଣ୍ଡରୁ ଡାକ୍ତର ସଫଳତା ସହ ପାଓ୍ଵର ପ୍ଲଗ୍‌କୁ ବାହାର କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe