ସାଙ୍ଗମାନଙ୍କ ସହିତ ଭିଡିଓ ସୁଟ କରୁଥିବା ବେଳେ ଟ୍ରେନ ଧକ୍କାର ଶିକାର ହେଲେ ବାଳକ

Advertisment

ବାଂଲାଦେଶର ରଙ୍ଗପୁରସ୍ଥ ଶିଙ୍ଗିମାରି ରେଳବ୍ରିଜ ନିକଟରେ ଛିଡ଼ା ହୋଇ ସାଙ୍ଗମାନଙ୍କ ସହିତ ଭିଡିଓ ସୁଟ କରୁଥିବା ବେଳେ ଟ୍ରେନ ଦୁର୍ଘଟଣାରେ ଶିକାର ହେଲେ ବାଳକ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି।

Updated On

ବାଂଲାଦେଶର ରଙ୍ଗପୁରସ୍ଥ ଶିଙ୍ଗିମାରି ରେଳବ୍ରିଜ ନିକଟରେ ଛିଡ଼ା ହୋଇ ସାଙ୍ଗମାନଙ୍କ ସହିତ ଭିଡିଓ ସୁଟ କରୁଥିବା ବେଳେ ଟ୍ରେନ ଦୁର୍ଘଟଣାରେ ଶିକାର ହେଲେ ବାଳକ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି।

ଅଦ୍ୟତନ ହୋଇଛି
train


ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିଦିନ ଅନେକ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ଲୋମମୂଳ ଟାଙ୍କୁରି ଉଠିବ। ପିଲାଠାରୁ ବୃଦ୍ଧ ଯେଉଁମାନେ ସୋସିଆଲ ମିଡିଆ ମାୟାରେ ବାୟା ସେମାନେ ଲୋକପ୍ରିୟତା ପାଇଁ ଏମିତି କିଛି ଭିଡିଓ ପ୍ରସ୍ତୁତ କରୁଛନ୍ତି ଯାହାକି ସେମାନଙ୍କ ଜୀବନକୁ ଅନେକ ସମୟରେ ବିପଦରେ ପକାଇଥାଏ। 
 

ଟିକଟକର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି କିଛିପିଲା ଏକାଠି ଛିଡା ହୋଇ ରେଳଧାରଣା ପାଖରେ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଏହି ସମୟରେ ଏକ ଟ୍ରେନ ଦ୍ରୁତଗତିରେ ଆସି ଜଣେ ପିଲାକୁ ଧକ୍କା ଦେଇ ଆଗକୁ ବଢ଼ି ଯାଉଛି। 

ଏହି ଭିଡିଓକୁ ବାଂଲାଦେଶର ରଙ୍ଗପୁରସ୍ଥ ଶିଙ୍ଗିମାରି ରେଳବ୍ରିଜ ନିକଟରେ ସୁଟ କରାଯାଇଛି। ତେବେ ଏହି ଭିଡିଓଟି କେବେ ପୋଷ୍ଟ ହୋଇଥିବା ଜଣାପଡ଼ି ନଥିବା ବେଳେ ଏହାକୁ ଅକ୍ଟୋବର ୨୭ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି।

ବିଶେଷ ସୂତ୍ରରୁ ଖବର ମିଳିଛି, ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା  ପିଲାକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ବାଳକ ଜଣକ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ଅଧିକପଢ଼ନ୍ତୁ: ଅର୍ଜୁନଙ୍କ ସହିତ ସମ୍ପର୍କ ତୁଟିଯିବା ପରେ ବିମାନବନ୍ଦରରେ ନଜର ଆସିଲେ ମଲାଇକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe