ପେଟ ପାଇଁ ନିଜ ଜୀବନକୁ ବାଜି ଲଗାଇ ଏଭଳି ବିପଦପୂର୍ଣ୍ଣ ସ୍ଥାନରେ କାମ କରୁଛନ୍ତି ବାଳକ

ପେଟ ପାଇଁ ନିଜ ଜୀବନକୁ ବାଜି ଲଗାଇ ଏଭଳି ବିପଦପୂର୍ଣ୍ଣ ସ୍ଥାନରେ କାମ କରୁଛନ୍ତି ବାଳକ

ନୂଆଦିଲ୍ଲୀ: କଥାରେ ଅଛି, ‘ମଣିଷ ପେଟ ପାଇଁ ସବୁ ନାଟ’। ନିକଟରେ ଜଣେ ବାଳକ ନିଜ ପେଟ ପାଇଁ ଏକ ବିପଦପୂର୍ଣ୍ଣ ସ୍ଥାନରେ ବସି କାମ କରୁଥିବା ଦେଖିବାକୁ ମିଳୁଛି। ବାଳକଙ୍କ ଏଭଳି ବିପଦପୂର୍ଣ୍ଣ ସ୍ଥାନରେ କାମ କରୁଥିବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଏହି ଭିଡିଓକୁ ଡକ୍ଟର ଶୌକତ ଶାହା ଟ୍ୱିଟରରେ ସେୟାର କରିଛନ୍ତି। ୧୧ ସେକେଣ୍ଡର ଏହି ଭିଡିଓ କ୍ଲିପରେ, ଜଣେ ଶ୍ରମିକ ନିର୍ମାଣଧୀନ କୋଠା ପାଇଁ ଖଞ୍ଜା ଯାଇଥିବା ପଟାର ଅତି ଧାରରେ ବସିଥିବାର ଦେଖିବାକୁ ମିଳୁଛି। ତାଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ଭୟ ଲାଗୁଛି, କୌଣସି ମୁହୂର୍ତ୍ତରେ ବି ଉକ୍ତ ଶ୍ରମିକଙ୍କ ସହିତ କିଛି ବି ଘଟିପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ଏହି ଦୃଶ୍ୟ ଦେଖି ବେଶୀ ଦୁଃଖ ସେତେବେଳେ ଲାଗିଥିଲା ଯେତେବେଳେ ଶ୍ରମିକ ଜଣକ କାମ କରୁଥିବା ସମୟରେ ଥରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ କ୍ୟାପସନରେ ଲେଖା ହୋଇଛି, ‘ଶ୍ରମିକଙ୍କୁ ପ୍ରଶଂସା ନିହାତି ମିଳିବା ଆବଶ୍ୟକ’।

ଅନଲାଇନରେ ଏହି ଭିଡିଓ ସେୟାର ହେବା ପରେ ଏହାକୁ ୫ଲକ୍ଷରୁ ଅଧିକ ଥର ଦେଖା ଯାଇସାରିଲାଣି। କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କଣ୍ଟ୍ରାକ୍ଟରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେହିପରି ଆଉ ଜଣେ ଲେଖିଛନ୍ତି, "ସେ ଏକ ଛୋଟ ଜୀବିକା ପାଇଁ ଅଛନ୍ତି, ପ୍ରଶଂସା ପାଇଁ ନୁହେଁ। ସେ ଆଇନଗତ ସୁରକ୍ଷା ପାଇବାକୁ ଯୋଗ୍ୟ ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ନିଯୁକ୍ତିଦାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe