ଟ୍ରେନ ଝରକା ପାର୍ଶ୍ବରୁ ବାହାରି ବିପଦପୂର୍ଣ୍ଣ ଷ୍ଟଣ୍ଟ ‌ଦେଖାଉଥିବା ବେଳେ ଜଳିଗଲେ ଯାତ୍ରୀ

ଟ୍ରେନ ଝରକା ପାର୍ଶ୍ବରୁ ବାହାରି ବିପଦପୂର୍ଣ୍ଣ ଷ୍ଟଣ୍ଟ ‌ଦେଖାଉଥିବା ବେଳେ ଜଳିଗଲେ ଯାତ୍ରୀ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ଦେଖାଇବାକୁ ବାରମ୍ବାର ବାରଣ କରାଯାଉଥି‌ଲେ ହେଁ ଏମିତି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ପୋଷ୍ଟ ହେଉଛି। ତେବେ ଏମିତି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିଥାଏ।

‌ ଏହାପରେ ବି ଲୋକମା‌ନେ ଏସବୁ ବିପଦପୂର୍ଣ୍ଣ କାମରୁ ନିଜକୁ ନିବୃତ୍ତ ରଖି ପାରୁ ନାହାନ୍ତି। ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ଦେଖାଉଥିବା ବେଳେ ଅନେକ ଅଘଟଣର ଘଟଣା ସାମ୍ନାକୁ ଆସିଛି।  ତେବେ ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ଦେଖାଇବା କେତେ ମହଙ୍ଗା ପଡ଼ିପା‌ରେ ଏହାର ଉଦାହରଣ ଆପଣ ନିକଟରେ ପୋଷ୍ଟ ହୋଇଥିବା ଏକ  ଭିଡିଓ ଜରିଆରେ ଦେଖି ପାରିବେ।

ଏହି ଭିଡିଓରେ ଦେଖିବାକୁ ମିଳୁଛି କେମିତି ଜଣେ ଯୁବକ ଟ୍ରେନ ଝରକାରୁ ବାହାରି ଷ୍ଟଣ୍ଟ ଦେଖାଉଛନ୍ତି। ଷ୍ଟଣ୍ଟ ଦେଖାଉ ଦେଖାଉ ହଠାତ ସେ ଟ୍ରେନ  ଉପରକୁ ଚଢ଼ି ଯାଉଛନ୍ତି। କେହି କିଛି ବୁଝିବା ପୂର୍ବରୁ ସେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସୁଛନ୍ତି। ଆଉ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳୁଛି। ଏଦୃଶ୍ୟ ଦେଖି ଲୋକେ ସ୍ତବ୍ଧ ହୋଇଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe