ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। କ୍ରମାଗତ ଭାବେ ଋଷ ୟୁକ୍ରେନ ଉପରେ ତିନିପଥରେ ଆକ୍ରମଣ କରି ଚାଲିଛି। ଆଜି ୟୁକ୍ରେନକୁ ଆତ୍ମସମର୍ପଣ କରିବାକୁ କହିଛି ଋଷ। ୟୁକ୍ରେନ ଆତ୍ମସମର୍ପଣ କରି ଅସ୍ତ୍ରଶସ୍ତ୍ର ଛାଡ଼ି ଦେଲେ ଋଷ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି କହିଛି।
/sambad/media/post_attachments/wp-content/uploads/2022/02/FMbC-gNacAQcLsX-1.jpg)
ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ଜଣେ ଯୁବକ ଯୁକ୍ରେନ ପତକା ପିନ୍ଧିଥିବା ବେଳେ ଯୁବତୀ ଋଷ ପତକା ପିନ୍ଧିଥିବା ଦେଖିବାକୁ ମିଳୁଛି। ଏଥିସହିତ ଯୁବକ-ଯୁବତୀ ପରସ୍ପରକୁ ଆଲିଙ୍ଗନ କରୁଥିବା ବି ନଜରକୁ ଆସିଛି। ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଚର୍ଚ୍ଚାରେ ରହିଛି। ଯୁଦ୍ଧ ପରିସ୍ଥିତି ଚାଲିଥିବା ବେଳେ ଏଭଳି ଏକ ଫଟୋ ସାମ୍ନାକୁ ଆସିବା ଦେଖି କଂଗ୍ରେସ ସାଂସଦ ଶଶି ଥରୁର ଏହାକୁ ସେୟାର କରିଛନ୍ତି।
ତେବେ ଏହି ଫଟୋଟି ଗତ ତିନିବର୍ଷ ତଳର ବୋଲି କୁହାଯାଉଛି। ୱାସିଂଟନ ପୋଷ୍ଟ ଖବର ମୁତାବକ, ଏହି ଫଟୋରେ ଯେଉଁ ଯୁବତୀ ଜଣକ ଦେଖିବାକୁ ମିଳୁଛନ୍ତି ତାଙ୍କ ନାମ ଜୁଲିୟାନା କୁଜନେସ୍ତୋଭା ବୋଲି ଜଣାପଡ଼ିଛି। ଜୁଲିୟାନା ଏହି ଫଟୋରେ ତାଙ୍କ ଭାବି ସ୍ବାମୀଙ୍କ ସହ ପୋଲାଣ୍ଡରେ ଥିବା କୁହାଯାଉଛି। ଏହି ଫଟୋଟି ୨୦୧୯ର।
Follow Us