ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସଏଫ) ଗୁଜୁରାଟର କଛରେ ଭାରତ-ପାକ ଅନ୍ତର୍ଜାତୀୟ ସୀମାରୁ ମହାରାଷ୍ଟ୍ରର ଜଣେ ଯୁବକଙ୍କୁ ଗତ ଗୁରୁବାର ଗିରଫ କରିଛନ୍ତି। ଗିରଫ ମହାରାଷ୍ଟ୍ର ଯୁବକଙ୍କ ନାମ ମହମ୍ମଦ ଜିଶାନ ସିଦ୍ଦିକି । ସେ ପାକିସ୍ତାନ ସୀମା ଭିତରକୁ ଯିବାକୁ ଚେଷ୍ଟା କରୁଥିବା ସମୟରେ ଗିରଫ ହୋଇଥିବା ଜଣାପଡ଼ିଛି।
Udayavaniଶୁକ୍ରବାର ପୁଲିସ ସୂତ୍ରରୁ ପ୍ରକାଶ ଯେ, ବିଏସଏଫ ମହାରାଷ୍ଟ୍ରର ଜଣେ ୨୧ ବର୍ଷର ଯୁବକଙ୍କୁ ଗୁଜୁରାଟର କଛର ରଣରୁ ଗିରଫ କରିଛନ୍ତି। ଯୁବକ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଗିରଫ ପରେ ଉକ୍ତ ଯୁବକକୁ ପୁଲିସକୁ ହସ୍ତାନ୍ତର କରି ଦିଆଯାଇଛି। ମହମ୍ମଦ ଜିଶାନ ସିଦ୍ଦିକ ମହାରାଷ୍ଟ୍ରର ଓସମାନାବାଦରୁ ଆସିଥିଲେ। ସେ ପାକିସ୍ତାନର ଜଣେ ଯୁବତୀଙ୍କୁ ଭେଟିବାକୁ ଯାଉଥିଲେ, ଯାହାଙ୍କ ସହିତ ସେ ଫେସବୁକରେ ପ୍ରଥମେ ବନ୍ଧୁତା କରିଥିଲେ ପରେ ଉକ୍ତ ଯୁବତୀଙ୍କୁ ଭଲ ପାଇ ବସିଥିଲେ।
ପୂର୍ବାଞ୍ଚଳ କୁଛର ପୁଲିସ ଅଧୀକ୍ଷକ ପାରିକର ରାଠୋର କହିଛନ୍ତି ଯେ ଗୁରୁବାର ସନ୍ଧ୍ୟାରେ କୁଛର ରଣାର ଧୋଲାଭିରା ଗ୍ରାମ ଏକ ପରିତ୍ୟକ୍ତ ମୋଟରସାଇକେଲ ପଡ଼ିଥିବା ପୁଲିସକୁ ସୂଚନା ମିଳିଥିଲା। ଏହି ମୋଟରସାଇକେଲଟି ମହାରାଷ୍ଟ୍ରରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା। ଏହି ଅଜ୍ଞାତ ବାଇକ୍କୁ ଦେଖି ପୁଲିସ ଏକ ସତର୍କ ସୂଚନା ଜାରି କରା ଯାଇଥିଲା। ସତର୍କ ସୂଚନା ପରେ ସୀମା ସୁରକ୍ଷାବଳ ୨୧ ବର୍ଷୀୟ ମହମ୍ମଦ ଜିଶାନ ସିଦ୍ଦିକିଙ୍କୁ ପାକିସ୍ତାନ ଆଡକୁ ଯାଉଥିବା ସମୟରେ କାବୁ କରି ନେଇଥିଲେ।
English Newsମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାର ବାସିନ୍ଦା ଜିଶାନ ଜଣେ ଇଞ୍ଜିନିୟରିଂ ଛାତ୍ର। ସେ ମୋଟରସାଇକେଲରେ ଓସମାନାବାଦରୁ ଗୁଜୁରାଟ ଅଭିମୁଖେ ଯାଉଥିଲେ। ଯେତେବେଳେ ମୋଟରସାଇକେଲ କଛର ରଣ ନିକଟରେ ଖରାପ ହୋଇ ଆଉ ଚାଲି ନଥିଲା ସେତେବେଳେ ସେ ସେହି ମୋଟରସାଇକେଲକୁ ସେଠାରେ ହିଁ ଛାଡି ପାକିସ୍ତାନୀ ସୀମା ଆଡକୁ ଚାଲିଚାଲି ଯାତ୍ରା ଆରମ୍ଭ କରିଥିଲେ।
ତେବେ ପାକିସ୍ତାନ ସୀମା ଆଉ ପ୍ରାୟ ଦେଢ଼ କିମି ବାକି ଥିବା ବେଳେ ଜିଶାନଙ୍କୁ ବିଏସଏଫ ଯବାନ ଗିରଫ ନେଇଥିଲେ। ଏପଟେ କାହାକୁ କିଛି ନକହି ଘରୁ ଚାଲି ଆସିବା ପରେ ମହମ୍ମଦ ଜିଶାନ ସିଦ୍ଦିକିଙ୍କ ବାପା ନିକଟସ୍ଥ ପୁଲିସ ଷ୍ଟେସନରେ ପୁଅ ନିଖୋଜ ଥିବାର ଏକ ଅଭିଯୋଗ ମଧ୍ୟ ଦେଇଥିଲେ।
Follow Us