ଦୀପିକା ପାଦୁକୋନଙ୍କ ପାଇଁ ଫ୍ଲପ୍ ହେବ କି ଶାହାରୁଖଙ୍କ ଫିଲ୍ମ ‘ପଠାନ୍’? ଏହି କାରଣରୁ ଆରମ୍ଭ ହେଲା ଚର୍ଚ୍ଚା

Advertisment
ଦୀପିକା ପାଦୁକୋନଙ୍କ ପାଇଁ ଫ୍ଲପ୍ ହେବ କି ଶାହାରୁଖଙ୍କ ଫିଲ୍ମ ‘ପଠାନ୍’? ଏହି କାରଣରୁ ଆରମ୍ଭ ହେଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡ ଅଭିନେତା ଆମୀର ଖାନ ଏବଂ ଅଭିନେତ୍ରୀ କରୀନା କପୁର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢ଼ା'କୁ ଜନସାଧାରଣଙ୍କ କ୍ରୋଧର ଶିକାର ହେବାକୁ ପଡିଛି। ଆମୀର ଖାନଙ୍କ ଜାତୀୟ ବିରୋଧୀ ବକ୍ତବ୍ୟକୁ ମନେ ପକାଇ ଲୋକମାନେ ଏହି ଫିଲ୍ମକୁ ବଏକଟ କରିବାରୁ ରିଲିଜ ପରେ ବକ୍ସ ଅଫିସରେ ଏହି ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ। ଆମୀରଙ୍କ ଫିଲ୍ମକୁ ବଏକଟ କରିବା ପରେ ଏବେ ଲେ‌ାକେ ଶାହାରୁଖଙ୍କ ଫିଲ୍ମକୁ ବଏକଟ କରିବେ ବୋଲି ଚର୍ଚ୍ଚା ହେଉଛି।

publive-image livehindustan

#ବଏକଟଲାଲସିଂଚଢ଼ା ‌ଟ୍ରେଣ୍ଡ କରିବା ପରେ ଏବେ #ବଏକଟପଠାନ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଯଦି ଏହି ବଏକଟ ହେତୁ ଶାହାରୁଖ ଖାନଙ୍କ ଫିଲ୍ମ ଫ୍ଲପ୍ ହୁଏ, ତେବେ ଏହା ଦୀପିକା ପାଦୁକୋନଙ୍କ ପାଇଁ ହେବ ବୋଲି କୁହାଯାଉଛି। କାରଣ ଯେଉଁମାନେ ସୋସିଆଲ ମିଡିଆରେ ପଠାନଙ୍କୁ ବଏକଟ କରୁଛନ୍ତି, ସେମାନେ ଦୀପିକା ପାଦୁକୋନଙ୍କ ସେହି ଫଟୋ ସେୟାର କରୁଥିବା ଦେଖାଯାଉଛି, ଯେତେବେଳେ ସେ ଜେଏନୟୁରେ ପହଞ୍ଚି ସେଠାରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଚୁପଚାପ୍ ସମର୍ଥନ କରିଥିଲେ।

ପୂର୍ବରୁ ଦୀପିକା ପାଦୁକୋନ ଫିଲ୍ମ 'ଛପାକ' ରିଲିଜ ସମୟରେ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲା ଏବଂ ଏକ ଭଲ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏବେ ଏହା ଦେଖିବାକୁ ବାକି ରହିଲା ଯେ, ସୋସିଆଲ ମିଡିଆରେ ବଏକଟ ପରେ 'ପଠାନ' କେତେ ଆୟ କରିପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe