ବିବାହିତା ପ୍ରେମିକାଙ୍କୁ ହତ୍ୟା କରିବା ପରେ ଟ୍ରେନ ଆଗକୁ ଯାଇ ଆତ୍ମହତ୍ୟା କଲେ ପ୍ରେମିକ

ବିବାହିତା ପ୍ରେମିକାଙ୍କୁ ହତ୍ୟା କରିବା ପରେ ଟ୍ରେନ ଆଗକୁ ଯାଇ ଆତ୍ମହତ୍ୟା କଲେ ପ୍ରେମିକ

ବିଶାଖାପାଟଣା: ଆଜି ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଟ୍ରେନ୍ ଆଗକୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମରେ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା | ଏହି ମହିଳାଙ୍କ ସହ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି | ମୃତ ଯୁବକଙ୍କ ନାମ ପଦ୍ମ ରାଓ ହୋଇଥିବାବେଳେ ପୁଲିସର ସୂଚନାନୁସାରେ, ଗୁରୁବାର ସକାଳେ ନିଡୁବ୍ରୋଲୁ ରେଳଷ୍ଟେସନରେ ତିରୁପତି-ବିଶାଖାପାଟନମ୍ ଟ୍ରେନ୍ ସମ୍ମୁଖକୁ ଡେଇଁ ସେ ଆତ୍ମହତ୍ୟା କରିଥିଲେ | ମୃତକଙ୍କ ପକେଟରୁ ପୁଲିସ ତାଙ୍କ ପରିଚୟ ପତ୍ର ପାଇଥିଲା, ଯାହା ଆଧାରରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା।

ମୃତକଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ପୁଲିସର ସୂଚନାନୁସାରେ, କିଛି ଦିନ ପୂର୍ବରୁ ମୃତ ବ୍ୟକ୍ତି ଜଣକ ଡି ଶାରଦା ନାମକ ଜଣେ ୨୭ ବର୍ଷୀୟା ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ରବିବାର ସନ୍ଧ୍ୟାରେ ଯୁବକ ଜଣକ ତାଙ୍କ ତଥାକଥିତ ପ୍ରେମିକାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ।

ସୂଚନାନୁସାରେ, ଶାରଦା ସେହି ଗାଁର ଜଣେ ପୁଅକୁ ୨୦୦୮ ରେ ବିବାହ କରିଥିଲେ | ଶାରଦାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛି | କୁହାଯାଉଛି ଯେ ପ୍ରାୟ ଚାରି ବର୍ଷ ପୂର୍ବେ ଶାରଦା ଏବଂ ପଦ୍ମଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା | ପରେ, ପଦ୍ମ ଶାରଦାଙ୍କୁ ବିବାହ କରିବାକୁ ଚାଁହୁଥିଲେ ବି ସେ ରାଜି ହୋଇନଥିଲେ | ଆଉ ଏଥିପାଇଁ ସେ ଶାରଦାଙ୍କୁ ହତ୍ୟା କରିଥିଲେ | ହତ୍ୟା କରିବା ପରେ ସେ ଫେରାର ହୋଇଯାଇଥିଲେ ଓ ଆଜି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe