ନୂଆଦିଲ୍ଲୀ: ଯଦି ଆପଣ କେବେ କାହାକୁ ପ୍ରେମ କରିଥିବେ ତେବେ ପ୍ରେମ ନିବେଦନ କରିବାର ଭାବନା କିପରି ହୋଇଥାଏ ତାହା ବେଶ୍ ଭଲ ଭାବେ ବୁଝିଥିବେ। ନିଜର ଏହି ଦିନକୁ ସ୍ବତନ୍ତ୍ର ବନାଇବା ପାଇଁ ପ୍ରେମୀମାନେ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରିଥାନ୍ତି। ଆମେ ଆଜି ଆପଣଙ୍କୁ ସେପରି ଜଣେ ଯୁବକଙ୍କ ବିଷୟରେ କହିବୁ, ଯିଏକି ନିଜ ପ୍ରେମିକାଙ୍କୁ ନିଆରା ଶୈଳୀରେ ପ୍ରେମ ନିବେଦନ ବା ପ୍ରପୋଜ୍ କରିଛନ୍ତି। ଯାହାକୁ ପ୍ରେମିକା ଜଣକ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ଏହାର ଭିୟୁ ୨ କୋଟିରୁ ଅଧିକ ହୋଇ ସାରିଲାଣି।
ଜାଣିବାକୁ ମିଳିଛି ଯେ ଟ୍ବିଟର୍ରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏହା ସହ ସେ ଏକଥା ବି କହିଛନ୍ତି ଯେ କିପରି ତାଙ୍କ ପ୍ରେମିକ ଏକ କିବୋର୍ଡ ବ୍ୟବହାର କରି ତାଙ୍କୁ ଏକଦମ ନିଆରା ଶୈଳୀରେ ପ୍ରପୋଜ କରିଛନ୍ତି। ଯୁବତୀ ଜଣକ ତାଙ୍କ କ୍ୟାପ୍ସନ୍ରେ ଲେଖିଛନ୍ତି, ‘ସେ ମୋତେ ଏହି କିବୋର୍ଡକୁ ବ୍ୟବହାର କରି ପ୍ରପୋଜ୍ କରିଛନ୍ତି। ଏହି ମୁହୁର୍ତ୍ତକୁ ମୁଁ ଜୀବନରେ କେବେ ଭୁଲି ପାରିବିନାହିଁ।’
ଯୁବକ ଜଣକ କିବୋର୍ଡର କିଗୁଡ଼ିକୁ ରିଆରେଞ୍ଜ୍ କରି ସେଥିରେ ନିଜର ମନ କଥା ଲେଖି ତାଙ୍କ ପ୍ରେମିକାଙ୍କୁ ଦେଖାଇଥିଲେ। ପୋଷ୍ଟ୍ ହୋଇଥିବା ଫଟୋରେ ଆପଣ ଦେଖି ପାରୁଥିବେ ଯେ ‘ବି ମାଇଁ ଗର୍ଲଫ୍ରେଣ୍ଡ୍ ସାୟାଙ୍ଗ’ ବୋଲି ଲେଖାଯାଇଛି। ଅନ୍ୟ ଏକ ଫଟୋରେ ପ୍ରେମୀଯୁଗଳ ହସୁଥିବାର ନଜର ଆସିଛନ୍ତି। ଏହି ପୋଷ୍ଟ୍ଟିକୁ ସୋସିଆଲ୍ ମିଡିଆରେ ବହୁ ଗ୍ରହଣୀୟତା ମିଳିଛି।
Follow Us