ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ୍ ବାପୁ ନିଜକୁ ଜଣେ ବ୍ରହ୍ମଜ୍ଞାନୀ ବୋଲି ଭାବୁଥିଲେ ଏବଂ ସେ ବିଶ୍ୱାସ କରୁଥିଲେ ଯେ ବ୍ରହ୍ମଜ୍ଞାନୀମାନଙ୍କ କ୍ଷେତ୍ରରେ ଦୁଷ୍କର୍ମ କରିବା ଆଦୌ ପାପ ନୁହେଁ। ଏକଦା ଆଶାରାମ୍ଙ୍କ ଘନିଷ୍ଠ ସହଯୋଗୀ ଥିବା ରାହୁଲ କେ ସଚରଙ୍କୁ ସେ ଏହା ବହୁବାର କହିଥିବା ସଚର ଅଦାଲତରେ କହିଛନ୍ତି। ଆଶାରାମ୍ ମଧ୍ୟ ତାଙ୍କ ଯୌନ ଦକ୍ଷତା ବଢ଼ାଇବା ପାଇଁ ବିିଭିନ୍ନ ଔଷଧ ଖାଉଥିଲେ ବୋଲି ସେ କହିଥିଲେ। ବାପୁ ତାଙ୍କ ନିଜ ଶୟନକକ୍ଷ ମଧ୍ୟକୁ ଝିଅମାନଙ୍କୁ ନେଇ ଯୌନ ନିର୍ଯାତନା ଦେଇଥାନ୍ତି। ଏକଥା ସଚର ବାରମ୍ବାର ଦେଖିବାପରେ ତାଙ୍କୁ ଏଥିରୁ ଓହରିବାପାଇଁ କହି ତାଙ୍କୁ ଏନେଇ ପ୍ରଶ୍ନ ମଧ୍ୟ କରିଥିଲେ। କିନ୍ତୁ ଆଶାରାମ୍ ତାଙ୍କ କଥାକୁ କର୍ଣ୍ଣପାତ ନକରି ନିଜ କାର୍ଯ୍ୟ ବଜାୟ ରଖିଥିଲେ। ଶେଷରେ ସଚର ବାବାଙ୍କ ଶୟନକକ୍ଷକୁ ପଶି ତାଙ୍କୁ ପଚାରିଥିଲେ ସେ କାହିଁକି ଏମିତି କରୁଛନ୍ତି। ଏହାର ଉତ୍ତରରେ ବାବା କହିଥିଲେ ଯେ ଜଣେ ବ୍ରହ୍ମଜ୍ଞାନୀଙ୍କ ପକ୍ଷରେ ଦୁଷ୍କର୍ମ କରିବା ଆଦୌ ପାପ ନୁହେଁ। ସଚର ଯେତେବେଳେ ପଚାରିଥିଲେ ଜଣେ ବ୍ରହ୍ମଜ୍ଞାନୀଙ୍କର ଏଭଳି ଇଚ୍ଛା କେମିତି ହେଉଛି ସେ ସମୟରେ ସେ କିଛି ଉତ୍ତର ନଦେଇ ନିରବ ରହିଥିଲେ। ସାକ୍ଷୀ ଜଣଙ୍କ କହିଥିଲେ ଯେ ଆଶାରାମ୍ଙ୍କ ପାଖରେ ୩ ଜଣ ଝିଅ ରହୁଥିଲେ । ସେମାନେ ବାବାଙ୍କ ଇସାରାରେ ବାବାଙ୍କ ପସନ୍ଦ ମୁତାବକ ଝିଅଙ୍କୁ ଆଣି ବାବାଙ୍କ ଶୟନକକ୍ଷରେ ପହଞ୍ଚାଉଥିଲେ।
ବାବା କହୁଥିଲେ ‘ବ୍ରହ୍ମଜ୍ଞାନୀ’ ଦୁଷ୍କର୍ମ କରିବା ପାପ ନୁହେଁ
Advertisment
Follow Us