Financial Express
ନୂଆଦିଲ୍ଲୀ: ଭାରତ ଓ ଋଷିଆର ମିଳିତ ଉଦ୍ଦ୍ୟମରେ ଭାରତରେ ନିର୍ମାଣ କରା ଯାଉଥିବା ବ୍ରହ୍ମୋସ୍ ସୁପର ସୋନିକ୍ ମିସାଇଲ୍କୁ ଏବେ ଉଭୟ ଭାରତ ଓ ଋଷିଆର ମିତ୍ର ରାଷ୍ଟ୍ରମାନଙ୍କୁ ବିକ୍ରୟ କରାଯିବ ବୋଲି ଉଭୟ ରାଷ୍ଟ୍ର ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତ ଓ ଋଷିଆର ମିଳିତ ଉଦ୍ଦ୍ୟମରେ ଭାରତରେ ନିର୍ମାଣ କରା ଯାଉଥିବା ବ୍ରହ୍ମୋସ୍ ସୁପର ସୋନିକ୍ ମଧ୍ୟମ ଦୂରଗାମୀ ମିସାଇଲ (କ୍ଷେପଣାସ୍ତ୍ର)କୁ ସଫଳତାର ସହ ଭୂପୃଷ୍ଠ, ଆକାଶପଥ, ଜଳପଥ ଏପରିକି ବୁଡ଼ାଜାହାଜରୁ ମଧ୍ୟ ଶତ୍ରୁପକ୍ଷ ଉପରକୁ ନିକ୍ଷେପ କରାଯାଇ ପାରିବ। ନିକଟରେ ଭାରତ ଋଷିଆ ନିର୍ମିତ ଲଢ଼ୁଆ ବିମାନ ସୁଖୋଇ ୩୦-ଏମ୍କେଆଇ ବିମାନରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଖଞ୍ଜି ଏହାର ସଫଳ ପରୀକ୍ଷଣ କରି ସାରିଛି।
Zee News Indiaଅନ୍ୟପକ୍ଷରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ବିଶ୍ୱସନୀୟତା ଓ ଏହାର ଲକ୍ଷ୍ୟଭେଦୀ କ୍ଷମତା ଶତ ପ୍ରତିଶତ ରହିଥିବା କାରଣରୁ ଏବେ ବିଶ୍ୱର ବହୁ ରାଷ୍ଟ୍ର ଏହି ବ୍ରହ୍ମୋସ୍ ମିସାଇଲ୍କୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରି ଉଭୟ ଭାରତ ଓ ଋଷିଆକୁ ଅନୁରୋଧ ପତ୍ର ଲେଖିଛନ୍ତି। ଏପରିସ୍ଥିତିରେ ବ୍ରହ୍ମୋସ୍ ସୁପର ସୋନିକ୍ ମିସାଇଲ୍କୁ ଏବେ ଉଭୟ ଭାରତ ଓ ଋଷିଆର ମିତ୍ର ରାଷ୍ଟ୍ରମାନଙ୍କୁ ବିକ୍ରୟ କରିବା ପାଇଁ ଉଭୟ ରାଷ୍ଟ୍ର ମିଳିତ ଭାବେ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।
Follow Us