ବ୍ରେନ୍‌-ଡେଡ୍‌ ମହିଳାଙ୍କ ପାଇଁ କାଳ ହେଲା ଆମେରିକାର ‘ହାର୍ଟବିଟ୍‌ ଲ’

Advertisment

ଆମେରିକାରେ ଗର୍ଭପାତକୁ ନେଇ କିଛି କଡ଼ା ନିୟମ  ଥିବାରୁ ବେଳେ ବେଳେ ମହିଳାମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହାର ଏକ ଜ୍ବଳନ୍ତ ଉଦାହରଣ ଏବେ ନିକଟରେ ଦେଖିବାକୁ ମିଳିଛି।

ଆମେରିକାରେ ଗର୍ଭପାତକୁ ନେଇ କିଛି କଡ଼ା ନିୟମ  ଥିବାରୁ ବେଳେ ବେଳେ ମହିଳାମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହାର ଏକ ଜ୍ବଳନ୍ତ ଉଦାହରଣ ଏବେ ନିକଟରେ ଦେଖିବାକୁ ମିଳିଛି।

fn nb

ଜର୍ଜିଆ: ଆମେରିକାରେ ଗର୍ଭପାତକୁ ନେଇ କିଛି କଡ଼ା ନିୟମ  ଥିବାରୁ ବେଳେ ବେଳେ ମହିଳାମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହାର ଏକ ଜ୍ବଳନ୍ତ ଉଦାହରଣ ଏବେ ନିକଟରେ ଦେଖିବାକୁ ମିଳିଛି। ଯାହାପରେ କିଛି ମହିଳା ଏକଜୁଟ୍‌ ହୋଇ ଏପରି ଏକ ଆଇନ୍‌ ବିରୋଧରେ ନାରା ଦେଇଛନ୍ତି।

ଜର୍ଜିଆରେ ଜଣେ ୩୦ ବର୍ଷୀୟା ଗର୍ଭବତୀ ମହିଳା ଆଡ୍ରିଆନା ସ୍ମିଥ୍ଙ୍କୁ ଗତ ଫେବ୍ରୁଆରି ମାସରୁ ଡାକ୍ତର ‘ବ୍ରେନ୍‌ ଡେଡ୍‌’ ଘୋଷଣା କରିଛନ୍ତି। ସେ ଗତ ୩ ମାସ ହେଲା ଲାଇଫ୍‌ ସପୋର୍ଟରେ ଅଛନ୍ତି। ହେଲେ ଆମେରିକାର କଡ଼ା ଗର୍ଭପାତ ବିରୋଧୀ ନିୟମ ସକାଶେ ଏଭଳି ପରିସ୍ଥିତିରେ ବି ତାଙ୍କୁ ଗର୍ଭପାତର ଅନୁମତି ମିଳିନାହିଁ। 

ଗଣମାଧ୍ୟମରେ ‘ବ୍ରେର୍ନ୍‌ ଡେଡ୍‌’ ମହିଳାଙ୍କ ମାଆ ପ୍ରକାଶ କରିଛନ୍ତି ଯେ ମେଡିକାଲ୍ ଜରୁରୀକାଳୀନ ପରିସ୍ଥିତି ପରେ ସ୍ମିଥ୍‌ଙ୍କୁ ଫେବ୍ରୁଆରିରେ ‘ବ୍ରେନ୍‌ ଡେଡ୍‌’ ଘୋଷଣା କରାଯାଇଥିଲା ଏବଂ ଡାକ୍ତରମାନେ ପରିବାରକୁ କହିଛନ୍ତି ଯେ  କଠୋର ଗର୍ଭପାତ ବିରୋଧୀ ଆଇନ ଯୋଗୁ ସେମାନଙ୍କୁ ଲାଇଫ୍ ସପୋର୍ଟ ହଟାଇବା ପାଇଁ ଅନୁମତି ନାହିଁ।

‘ହାର୍ଟବିଟ୍‌ ଲ’ ଭାବରେ ନାମିତ ଏହି ଆଇନ୍‌ ଥରେ ଗର୍ଭସ୍ଥ ଶିଶୁର ହାର୍ଟବଟ୍‌ ଜଣାପଡ଼ିଯିବା ପରେ ଗର୍ଭପାତ ପାଇଁ ବାରଣ କରେ। ଯାହା ସାଧାରଣତଃ ଗର୍ଭଧାରଣର ପ୍ରାୟ ଛଅ ସପ୍ତାହ ହୋଇଥାଏ। ମହିଳା ଜଣକ କହିଛନ୍ତି, ‘‘ମୋ ଝିଅର ଶରୀରରେ ଅନେକ ଜଟିଳତା ରହିଛି। ହୁଏତ ପିଲାଟି ଜନ୍ମ ‌ହେଲା ପରେ ଅନ୍ଧ, ବିକଳାଙ୍ଗ ହୋଇପାରେ। ଏପରିକି ଜନ୍ମ ହେବା ପରେ ବି ସେ ମରିଯାଇପାରେ। ଏଭଳି ପରିସ୍ଥିତିରେ ବାଧ୍ୟତାପୂର୍ବକ ପିଲା ଜନ୍ମ କରାଇବାର କିଛି ମାନେ ନାହିଁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe